ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ମହିଳା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର କେଶ ବହୁତ ପସନ୍ଦ। ଟିକିଏ କେଶ ଝଡ଼ା ଆରମ୍ଭ ହେଲେ ଲୋକ ମାନେ ବ୍ୟତିବ୍ୟସ୍ତ ହୋଇଯାନ୍ତି । ଏସବୁ ପାଇଁ ବ୍ୟୁଟିପାର୍ଲରରେ କେଶର ବିଭିନ୍ନ ଉପଚାର କରିବା ପରିବର୍ତ୍ତେ ପ୍ରଥମେ ଘରେ ହିଁ ଉପଚାର କରନ୍ତୁ । କେଶର ଯତ୍ନ ପାଇଁ ଏଇ କେତୋଟି ଉପାୟ ମାନନ୍ତୁ ଯାହା ଦ୍ବାରା ଆପଣଙ୍କର କେଶ ଝଡିବା ହ୍ରାସ ପାଇବ।
ଅଧିକ ପରିମାଣରେ କେଶ ଝଡୁଥିଲେ, ଅଲିଭ ତେଲ ୨ ଚାମଚକୁ ନଖ ଉଷୁମ କରିବେ । ସେଥ୍ରେ ୧ ଚାମଚ ମହୁ , ୧ଚାମଚ ଡାଲଚିନି ଗୁଣ୍ଡ ମିଶାନ୍ତୁ । କେଶରେ ୧୫ ମିନିଟ୍ ଲଗାଇ ଏହି ପ୍ୟାକ୍କୁ ପରେ ଧୋଇବେ । ସପ୍ତାହରେ ୨ଥର ଏଇ ପ୍ୟାକ୍ ଲଗାଇଲେ ଫରକ୍ ଜାଣିପାରିବେ ।
ଦହି ୨ଚାମଚରେ ଅଁଳା ଗୁଣ୍ଡକୁ ମିଶାଇ କେଶ ମୂଳରେ ଲଗାଇ ଶୁଖିବା ପରେ ଏହି ଧୋଇବେ । ପ୍ୟାକ୍ କେଶମୂଳକୁ ଶକ୍ତ କରିବା ସହ ଝଡ଼ିବା ମଧ୍ୟ କମ୍ କରେ । ଶିକାକାଇ ଗୁଣ୍ଡରେ ମହୁ ଓ କଞ୍ଚା କ୍ଷୀର ମିଶାଇ ପ୍ୟାକ୍ ତିଆରି କରି କେଶ ମୂଳରେ ଲଗାନ୍ତୁ । ଏହି ପ୍ୟାକ୍ କେଶର ଘନତ୍ବ ବଢ଼ାଇବା ସହ ଚନ୍ଦାପଣ ମଧ୍ୟ ଦୂର କରେ ।
ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ ନଡ଼ିଆ ତେଲ କେଶରେ ଲଗାଇ ତହିଁ ଆରଦିନ ଶାମ୍ପୁ କରିବେ । ଏହି ଉପାୟରେ ମଧ୍ୟ କେଶ ଝଡ଼ା କମ୍ ହୁଏ ।
ଗୋଟିଏ ଅଣ୍ଡା ରେ ଦହି ମିଶାଇ ଗୋଳାଇ ଏହାକୁ କେଶରେ ଲଗାନ୍ତୁ। ପ୍ରାୟ ଏକ ଘଣ୍ଟାପରେ ଧୋଇଦିଅନ୍ତୁ। ଦେଖିବେ କେଶ ଚିକ୍କଣ ଏବଂ ଶକ୍ତ ହୋଇଯିବ।
ତେବେ ଏହି ସବୁ ଉପାୟ ଠାରୁ ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଲା ପ୍ରଚୁର ପରିମାଣର ପାଣି ପିଇବା ସହ ପନିପରିବା ଖାଆନ୍ତୁ। ଏବଂ କେଶରେ ଖୁବ କମ ପରିମାଣର କେମିକାଲ ବ୍ୟବହାର କରନ୍ତୁ। ଏହାଛଡା କେଶରେ ଅଧିକ ହିଟ୍ (ଷ୍ଟ୍ରେଟନିଙ୍ଗ୍) ବ୍ୟବହାର କରନ୍ତୁ ନାହିଁ। ଏହାର ବାରମ୍ବାର ବ୍ୟବହାରରେ କେଶ ଅଧାରୁ ଛିଡିବା ସହ ଖରାପ ହୋଇଥାଏ।