ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣୀରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷା ସୂଚୀକୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ବତନ୍ତ୍ର ଟ୍ରେନ ଚଳାଇବା ଲାଗି ବ୍ୟବସ୍ଥା କରାଯାଇଅଛି । ପୁରୀ – ପାଟନା ପୁରୀ ସ୍ପେଶାଲ ଟ୍ରେନ ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି . ରେ ଛାଡିବ ଏବଂ ଫେରିବା ଦିଗରେ । ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ ମି.ରେ ପାଟନାରୁ ଛାଡିବ । ବିଶାଖାପାଟନମ –ସିକନ୍ଦରାବାଦ -ବିଶାଖାପାଟନମ ସ୍ପେଶାଲ ଟ୍ରେନ ୧୩ ଅକ୍ଟୋବର ୨୮ରୁ ପ୍ରତି ବୁଧବାର ଦିନ ବିଶାଖାପାଟନମ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ଗୁରୁବାର ଦିନ ସନ୍ଧ୍ୟା ୭ ଘଣ୍ଟା ୪୦ମି.ରେ ଛାଡିବ । ସେହିପରି ବିଶାଖାପାଟନମ – ତିରୁପତି -ବିଶାଖାପାଟନମ ସ୍ବତନ୍ତ୍ର ଟ୍ରେନ ସୋମବାର ଦିନ ବିଶାଖାପାଟନମ ଠାରୁ ସନ୍ଧ୍ୟା ୭ ଘଣ୍ଟା ୧୫ ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ତିରୁପତି ଠାରୁ ପ୍ରତି ମଙ୍ଗଳବାର ଦିନ ରାତ୍ରି ୯ଘ . ୫୫ମି . ରେ ଛାଡ଼ିବ । ବିଶାଖାପାଟନମ – ସିକନ୍ଦରାବାଦ – ବିଶାଖାପାଟନମ ସ୍ପେଶାଲ ଟ୍ରେନ ପ୍ରତି ମଙ୍ଗଳବାର ଦିନ ବିଶାଖାପାଟନମରୁ ସନ୍ଧ୍ୟା ୫ ଘ.୩୫ ମି.ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଦିନ ରାତ୍ରି ୯ ଘ.୦୫ ମି.ରେ ଛାଡିବ । ହାୱଡା – ପୁରୀ – ହାୱଡା ସ୍ପେଶାଲ ଟ୍ରେନ ୯ ଅକ୍ଟୋବର ୨୦୨୧ରୁ ୭ ନଭେମ୍ବର ୨୦୨୧ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ହାୱଡା ଠାରୁ ରାତ୍ରି ୮ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ପ୍ରତି ରବିବାର ଦିନ ସନ୍ଧ୍ୟା ୭ ଘଣ୍ଟା ୨୦ମି.ରେ ଛାଡିବ ।