ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର: ବୁର୍ଜା ଗ୍ରାମରେ ଆଦିବାସୀ ସଂପ୍ରଦାୟ ର ନୂଆଖାଇ ଭେଟଘାଟ ତଥା ବନ୍ଧୁମିଳନ ଉତ୍ସବ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ ଭଳି ଦକ୍ଷିଣ ଓଡ଼ିଶା ନବରଙ୍ଗପୁର ଜିଲ୍ଲା ଆଦିବାସୀରେ ସଂପ୍ରଦାୟ ର ମଧ୍ୟ ଏକ ମୂଖ୍ୟ ପର୍ବ ଭାବେ ପାଳିତ କରାଯାଇଥାଏ। ଉମରକୋଟ ବ୍ଲକ ବୁର୍ଜା ସ୍ଥାନୀୟ ଲୋକମାନେ ସମସ୍ତେ ନୂଆଧାନ ନୂଆ ଚୁଢା କରିକି ଖାଇଲା ପରେ ସମସ୍ତେ ଏକତ୍ରିତ ହୋଇ କିଛି ଅଳ୍ପ ଦିନପରେ ସମସ୍ତ ଗ୍ରାମ ବାସି ମାନେ ମିଶି ଭେଟଘାଟ ତଥା ବନ୍ଧୁମିଳନ ଉତ୍ସବ ପାଳନ କରିଥାନ୍ତି। ପୁରୁଣା ଶତ୍ରୁତା ଥିଲେବି ତାହାର ଭ୍ରୂକ୍ଷେପ ନକରି ସମସ୍ତେ ଗୋଟିଏ ସ୍ଥାନରେ ଜମା ହୋଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ର ଆୟୋଜନ କରିଥାନ୍ତି। ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଉକ୍ତ କାର୍ଯ୍ୟକ୍ରମରେ କିଛି ଭଟ୍ଟା ପଡ଼ିଯାଇଥିଲା , କିନ୍ତୁ ଏ ବର୍ଷ କରୋନା କିଛି ପରିମାଣରେ ହ୍ରାସ ପାଇଥିବାରୁ ଉକ୍ତ କାର୍ଯ୍ୟକ୍ରମକୁ ଲୋକମାନେ ମହା ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଁ ପୁଜାରୀ ଧନୀରାମ ମାଝୀ,ମାତା ପୂଜାରୀ ସମ୍ବାରୁ ମାଝୀ, ଆନନ୍ଦ ରାୟ କଲାର,ପାଳକ ମାଝୀ, ଘାସିରାମ ମାଝୀ,ହୀରାଲାଲ ମାଝୀ, ରାମକୃଷ୍ଣ ଗଣ୍ଡ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପଦିଆଗୁଡା ବୁର୍ଜା ପାରା, ପୁଜାରୀ ଗୁଡା,ବୁର୍ଜା ତଥା ଆଖପାଖ ଗ୍ରାମର ହଜାର ରୁ ଉର୍ଦ୍ଧ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇ ନାଚ ଗୀତ ର ତାଳେତାଳେ ଏହି ନୂଆଁଖାଇ କାର୍ଯ୍ୟକ୍ରମ ଟିକୁ ଉପଭୋଗ କରି ଥିଲେ।
(ରିର୍ପୋଟ:ପୂର୍ଣ୍ଣଚନ୍ଦ୍ର ନାୟକ)