ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ବର: ଖଟିଆରେ ବୁହା ହୋଇ ଶେଷରେ ରାସ୍ତାରେ ପିଲା ଜନ୍ମ କଲେ ମା। ସାହି ପଡ଼ିଶା ମିଳିମିଶି କଲେ ଚିକିତ୍ସା। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ସନ୍ତୋଷପୁର ଲୋକନାଥପୁର ଗ୍ରାମରେ ଘଟିଛି ଏଭଳି ଅବହେଳାର ଚିତ୍ର। ଗାଁକୁ ରାସ୍ତା ନ ଥିବାରୁ ଆସି ପାରିଲା ନାହିଁ ଆମୁଲାନ୍ସ ଆଉ ଖଟିଆରେ ଗାଁ ପାହାରୁ ପାହାରୁ ଅଧା ରାସ୍ତାରେ ପୁତ୍ର ଜନ୍ମ କଲେ ସୁନିଆ ମୁର୍ମୁ। ସରକାର ଗାଁକୁ ରାସ୍ତା ମା କୁ ସମ୍ମାନ କହିଥିଲା ବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ତେବେ ଏଭଳି ସ୍ଥିତିରେ ଗାଁ ଲୋକଙ୍କ ସାହର୍ଯ୍ୟ ପାଇଁ ମା ଓ ପିଲା ଏବେ ସୁସ୍ଥ ଅଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ବିକାଶର ଡେଙ୍ଗୁରା ପିଟୁଥିଲା ବେଳେ ଏଠି କେତେ ବିକାଶ ହୋଇଛି ଏହି ଘଟଣାରୁ ଆପଣ ମାନେ ସ୍ପଷ୍ଟ ଜଣିପାରୁ ଥିବେ।( ରିର୍ପୋଟ:ଆଲୋକ ଚନ୍ଦ୍ର ଘଡେଇ)