ସନଷ୍ଟାର ଟିଭି ବ୍ୟୁରୋ
କଟକ : ଓଡିଶା ଉଚ୍ଚନ୍ୟାୟାଳୟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି । ଅବକାଶ ସମୟରେ ଅକ୍ଟୋବର ୧୧ରେ ଡକ୍ଟର ଜଷ୍ଟିସ ବିଦ୍ୟୁତ୍ରଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ସାବିତ୍ରୀ ରଥ ଅବକାଶକାଳୀନ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ । ସେହିଭଳି ଅକ୍ଟୋବର ୧୮ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ କେ.ଆର.ମହାପାତ୍ର ଏବଂ ଅକ୍ଟୋବର ୨୧ରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ବି.ପି.ରାଉତରାୟ ଅବକାଶକାଳୀନ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଅବକାଶକାଳୀନ ଖଣ୍ଡପୀଠରେ ହାଇବ୍ରିଡ୍ ମୋଡ୍ରେ ମାମଲା ଶୁଣାଣି କରାଯିବ । ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧୧ , ୧୬ , ୧୮ , ୨୧ ଓ ୨୨ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । ଅକ୍ଟୋବର ୨୫ରେ କୋର୍ଟ ଖୋଲିବ ।