ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗରମ ସହ ମଝିରେ ମଝିରେ ବର୍ଷା ଦେଖିବାକୁ ମିଳିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି କୋରାପୁଟ , ନବରଙ୍ଗପୁର , ରାୟଗଡା କଳାହାଣ୍ଡି , କନ୍ଧମାଳ , ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର। ଏହାଛଡା ସୁନ୍ଦରଗଡ , ଦେବଗଡ ,ଜିଲ୍ଲାରେ ଘଡ଼ଘଡ଼ି ମୟୂରଭଞ୍ଜ , କେନ୍ଦୁଝର , ବାଲେଶ୍ବର , ଭଦ୍ରକ , କେନ୍ଦ୍ରାପଡା , ଜଗତସିଂହପୁର , କଟକ , ଖୋର୍ଦ୍ଧା , ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହାସହ ଆସନ୍ତା ୧୧ ତାରିଖ ଯାଏ ପାଗ ଶୁଖୁଲା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ( ଏସଆରସି ) ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେ କୌଣସି ଭି ପରିସ୍ଥିତି ଆସିଲେ ତାକୁ ସାମ୍ନା କରିବାକୁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।