ସନଷ୍ଟାର ଟିଭି ବ୍ୟୁରୋ
ଭାରତୀୟ ଗରମ ମସଲାରେ ଅନେକ ଗୁଜୁରାତିକୁ ପ୍ରୟୋଗ କରନ୍ତି । ଗୁଜୁରାତି ମସଲା ଖାଦ୍ୟର ସ୍ଵାଦଓ ଗୁଣାତ୍ମକ ମାନ ଉଭୟ ବଢ଼ାଇଥାଏ। କାର୍ବୋହାଇଡ୍ରେଟ୍ , ଫାଇବର୍ , କ୍ୟାଲସିୟମ୍ , ପୋଟାସିୟମ୍ ମ୍ୟାଗ୍ନେସିୟମ୍ , ଲୌହ , ଫସଫରସ୍ ତତ୍ତ୍ଵ ଥିବା ଏଇ ଗୁଜୁରାତି ସ୍ଵାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।
ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୁଜୁରାତି ପାଣି ପିଇବା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ବେଶ୍ ସହଜ ତଥା ସରଳ ଉପାୟରେ ଏହି ଗୁଜୁରାତି ପାଣିକୁ ପ୍ରସ୍ତୁତ କରିହେବ । ୧ଲିଟର ପାଣିରେ ୫ଟି ଗୁଜୁରାତିକୁ ପକାଇ ରାତିସାରା ରଖନ୍ତୁ । ସକାଳୁ ଏହି ପାଣିକୁ ଗରମ କରି ପିଅନ୍ତୁ । ଦିନଭିତରେ ୨ – ୩ଥର ଏହି ଗୁଜୁରାତି ପାଣି ପିଇବା ଅଭ୍ୟାସ କରନ୍ତୁ ।
-
ଫାଇବର୍ ତତ୍ତ୍ଵ ମହଜୁଦ୍ ଥିବାରୁ ଗୁଜୁରାତି ଆମ ଶରୀରରେ କୋଲେଷ୍ଟରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ ।
-
ଗୁଜୁରାତି ପାଣି ପିଇଲେ ଉଚ୍ଚରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ ।
-
ବିଶେଷଜ୍ଞଙ୍କ ମତରେ ଗୁଜୁରାତିରେ ଥିବା ପୋଟାସିୟମ୍ , ମ୍ୟାଗ୍ନେସିୟମ୍ ତତ୍ତ୍ଵ ରକ୍ତଚାପ କମ୍ କରିବାରେ ସାହାଯ୍ୟ କରେ ।
-
ଏପରିକି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଏକ ଔଷଧ ଭଳି କାମ କରିଥାଏ ।
-
ଖାଦ୍ୟକୁ ଭଲଭାବେ ହଜମ କରିବା ପାଇଁ ନିୟମିତ ଭାବେ ଗୁଜୁରାତି ପାଣି ସକାଳବେଳା ପାଇଲେ ତାହା କାମ କରେ ।
-
କେତେଜଣଙ୍କର ପେଟ ଜ୍ଵାଳାପୋଡ଼ା ହୁଏ , ସେମାନେ ଏହି ଗୁଜୁରାତି ପାଣି ପିଇଲେ ଉପଶମ ମିଳେ ।
-
ଗୁଜୁରାତି କୁ ଚୋବାଇ ଖାଇଲେ ଏହା ମୁହଁର ଦୁର୍ଗନ୍ଧ ଦୂର କରିବା ସହ ଦାନ୍ତ ମାଢ଼ି ପରିଷ୍କାର ରଖେ।
-
ଏଥିରେ ଆଣ୍ଟି କ୍ୟାନ୍ସର ଗୁଣଥାଏ।
-
ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଇନଫେକ୍ସନ୍ ରୋକି ଥାଏ।