ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ଭାଟପଡ଼ା ପଞ୍ଚାୟତ ଉଗ୍ରତରା ରଘୁନାଥ ଜିଉ ପାଟଣା ଗାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ ପହଁଚି ଅଭିଯୁକ୍ତଙ୍କୁ ଧରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଜନୈକ ମହିଳା ଘରେ ଥିବା ବେଳେ ଅଭିଯୁକ୍ତ ଜଣକ ରାତ୍ରିରେ ବଳ ପୂର୍ବକ ତାଙ୍କ ଘରେ ପଶି ଦୁଷ୍କର୍ମ କରିବା ସହ ତାଙ୍କୁ ଧମକ ଦେଇଥିଲେ । ଏନେଇ ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ତ ହେବାପରେ ପୋଲିସ ଅଭିଯୁକ୍ତ ସେହି ଗ୍ରାମର ବିଦ୍ୟାଧର ନାୟକ ଓରଫ୍ ବୁଦ୍ଧିଆଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ଘଟିବା ୪ ଦିନ ପରେ ପିଡ଼ିତା ମହିଳା ଜଣକ ଥାନାରେ ଦୁଷ୍କର୍ମ ଅଭିଯୋଗ କରିବାର ବିଳମ୍ବ ପରେ ଏହି ଘଟଣାକୁ ପୋଲିସ ଏବେ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି ।( ରିପୋର୍ଟ -ପ୍ରଶାନ୍ତ କୁମାର ପାଣି)