ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ମଣିଷ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ନିବିଢ଼ ଭଲ ପାଇବାର କାହାଣୀତ ଆପଣ ବହୁତ ଶୁଣିଥିବେ। କିନ୍ତୁ କେବେ ଏକଥା ଶୁଣିଛନ୍ତି କି ଜଣେ ପଶୁ ତାର ରକ୍ଷକର କୋଳରେ ତାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ର ବିରୁଙ୍ଗା ଜାତୀୟ ଉଦ୍ୟାନର ଏକ ଗୋରିଲା ନଡାକାସୀ ଖବର ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। କିନ୍ତୁ ଏହି ଦୃଶ୍ୟ କୌଣସି ଖୁସିର ମୁହୁର୍ତ୍ତ ନୁହେଁ ବରଂ ଏହି ଖବର ଜାଣିଲେ ଆପଣଙ୍କ ହୃଦୟ ଭାଙ୍ଗିବ। ଦୀର୍ଘ ଦିନର ଅସୁସ୍ଥତା ହେତୁ ୧୪ ବର୍ଷିୟ ଗୋରିଲାର ମୃତ୍ୟୁ ହୋଇଛି। ନଡାକାସୀ ୨୦୧୯ ରେ ଜଙ୍ଗଲ ରେ ନିଜର ସେଲଫି ଫଟୋ ଉଠାଇବା ପରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଏହି ଫଟୋ ସେତେବେଳେ ଇଣ୍ଟରନେଟରେ ଭାଇରାଲ ହୋଇଥିଲା।
ଇନଷ୍ଟାଗ୍ରାମରେ ପ୍ରକାଶିତ ଏକ ବିବୃତ୍ତି ମାଧ୍ୟମରେ ବନ ଅଧିକାରୀମାନେ ଏହି ଖବର ସେୟାର କରିଛନ୍ତି। ଏଥିରେ କୁହାଯାଇଛି ଯେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପାର୍କର ସେନ୍କେୱେ କେନ୍ଦ୍ରର ତତ୍ତ୍ବାବଧାନରେ ଥିବା ପ୍ରିୟ ଗୋରିଲା ନଡାକାସୀଙ୍କ ମୃତ୍ୟୁ ହୋଇଛି।
ନଡାକାସୀ ତାଙ୍କର ଶେଷ ନିଶ୍ୱାସ ତାଙ୍କ ରକ୍ଷକ ବନ୍ଧୁ ଆଣ୍ଡ୍ରେ ବାଉମାଙ୍କ କୋଳରେ ନେଇଥିଲେ। ୨୦୦୭ ମସିହାରୁ ଶ୍ରୀ ବାଉମା ନଡାକାସୀଙ୍କର ଯତ୍ନ ନେଉଥିଲେ।
ଶ୍ରୀ ବାଉମା ଏହି ବିବୃତ୍ତିରେ କହିଛନ୍ତି ଯେ, ଏପରି ସ୍ନେହୀ ଜୀବକୁ ସମର୍ଥନ କରିବା ଏବଂ ଯତ୍ନ ନେବା ଏକ ସୌଭାଗ୍ୟର ବିଷୟ। ବିଶେଷ କରି ନଡାକାସୀ ଖୁବ୍ କମ୍ ବୟସରେ ଆଘାତ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ନଡାକାସିଙ୍କ ମଧୁର ପ୍ରକୃତିର। ଏବଂ ତାର ବୁଦ୍ଧି ମହାନ। ମଣିଷ ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ।
ଶ୍ରୀ ବାଉମା ଯୋଗ ଦେଇ କହିଛନ୍ତି ଯେ ମୁଁ ନଡାକାସୀଙ୍କୁ ମୋର ବନ୍ଧୁ ବୋଲି ପାଇ ମୁଁ ଗର୍ବିତ। ମୁଁ ତାଙ୍କୁ ପିଲା ପରି ଭଲ ପାଉଥିଲି ଏବଂ ପ୍ରତ୍ୟେକ ଥର ମୁଁ ତାଙ୍କ ସହ କଥାବାର୍ତ୍ତା କଲାବେଳେ ତାଙ୍କ ଖୁସି ବ୍ୟକ୍ତିତ୍ୱ ମୋ ମୁହଁରେ ହସ ଆଣିଥାଏ ବୋଲି ସେ କହିଛନ୍ତି।
ଇଣ୍ଟରନେଟରେ ଭାଇରାଲ ହେବା ପୂର୍ବରୁ ସେ ଅନେକ ଟିଭି ସୋ ଏବଂ ଡକ୍ୟୁମେଣ୍ଟାରୀରେ ଅଭିନୟ କରିଥିଲେ ସେ ବିରୁଙ୍ଗା ନାମକ ଡକ୍ୟୁମେଣ୍ଟାରୀର ଏକ ଅଂଶ ମଧ୍ୟ ଥିଲେ।