ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ ଭିତରେ ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ । କରୋନା ପରଠାରୁ ସମସ୍ତ ସ୍କୁଲ, କଲେଜ୍ ବନ୍ଦ ଥିବା ବେଳେ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସେମାନଙ୍କ ଅନ୍ଲାଇନ୍ କ୍ଲାସ ଜାରି ରହିଥିଲା ।
କରୋନା କଟକଣା ଭିତରେ କଲେଜ ଖୋଲାଯିବ। ମାସ୍କ, ସାନିଟାଇଜର୍, ସାମାଜିକ ଦୂରତାକୁ ମାନି କଲେଜ ଚାଲିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ କିଛି ଦିନ ତଳେ ମେଡିକାଲ୍ କଲେଜ ଖୋଲିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଥିଲା ।
ଚଳିତ ବର୍ଷ କରୋନା ମହାମାରୀ ବ୍ୟପିବା ଆଶଙ୍କାରେ ରାଜ୍ୟ ସରକାର ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରିଥିଲେ । ତେବେ ରାଜ୍ୟରେ ଏବେ ୧୨ ଟି ସରକାରୀ ଓ ବେସରକାରୀ ମେଡିକାଲ କଲେଜ ରହିଛି । ନ୍ୟାସନାଲ ମେଡିକାଲ କାଉସିଲ ପକ୍ଷରୁ ଜାରି ହୋଇଥିବା ପରାମର୍ଶକୁ ମଧ୍ୟ ସମସ୍ତ ମେଡିକାଲ କଲେଜ ଗୁଡିକୁ ପ୍ରଦାନ କରାଯାଇଛି ।