ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ୍ ( ନାବାର୍ଡ ) ଓଡ଼ିଶାରେ ପୋଲ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କୁ ୩୦୩ କୋଟି ଟଙ୍କାର ସହାୟତା ରାଶି ରିଲିଜ୍ କରିଛନ୍ତି । ଏହି ଅର୍ଥରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୪ଟି ପୋଲ ନିର୍ମାଣ କରାଯିବ । ଫଳରେ ୧୩ ଜିଲ୍ଲାର ୮୨୩ ଗ୍ରାମ ତଥା ୨୪.୧୩ ଲକ୍ଷ ଲୋକଙ୍କ ଗମାନଗମନରେ ଉନ୍ନତି ହେବ । ରୁରାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର ଡେଭଲମେଣ୍ଟ୍ ଫଣ୍ଡ୍ ( ଆର୍ଆଇଡିଏଫ୍ ) ଯୋଜନା ଅଧୀନରେ ଏହି ସହାୟତା ରାଶି ଯୋଗାଇ ଦିଆଯାଇଛି ବୋଲି ନାବାର୍ଡ ସୂତ୍ରରୁ ପ୍ରକାଶ । ଏହି ସହାୟତା ରାଜ୍ୟରେ ପାନୀୟଜଳ ଯୋଗାଣ , ଜଳସେଚନ ତଥା ସମ୍ପର୍କ ସ୍ଥାପନ ସୁବିଧାର ବିକାଶ ନେଇ ପ୍ରାଥମିକତା ସ୍ତରରେ କାର୍ଯ୍ୟ କରିବା ପାଇଁ ଯୋଗାଇ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ଏଯାବତ୍ ୧ , ୭୯୬ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ନାବାର୍ଡ ସୂତ୍ରରୁ ପ୍ରକାଶ । ଏହି ପ୍ରକଳ୍ପ ଗ୍ରାମାଞ୍ଚଳର ଅର୍ଥନୀତି ତଥା ଅଧ୍ୟାବାସୀଙ୍କ ଜୀବନଯାପନକୁ ବିକାଶ କରିବାରେ ସହାୟକ ହେବ ।