ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟସଭା ସାଂସଦ ରଜନୀ ପାଟିଲ ମୋଦୀ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ଯେପରି ନୋଟବନ୍ଦି,ଜିଏସଟି,ଲକ ଡାଉନ ଉପରେ ବିସୃତ ବର୍ଣ୍ଣନା କରିବା ସହ ଏବଂ ଆମେରିକୀୟ କମ୍ପାନୀ ଆମାଜନ୍ (Amazon Bribery Scandal ) ମାଧ୍ୟମରେ ହୋଇଥିବା ୮୦୦୦ କୋଟିରୁ ଅଧିକ ଟଙ୍କା ର ଲାଞ୍ଚ କାରବାର ହୋଇଥିବାର ଅଭିଯୋଗ ଆଣିଛନ୍ତି। ଏହାସହ ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ ର ଦାବି କରିଥିଲେ । ଜିଏସଟି ଲାଗୁ କରିବାକୁ କଂଗ୍ରେସ ମଧ୍ୟ ଚାହୁଁଛି କିନ୍ତୁ ଏହାକୁ ଲୋକ ମାନଙ୍କର ହିତରେ ପ୍ରୟୋଗ କରିବାକୁ ଚାହୁଁଛି ବୋଲି କଂଗ୍ରେସ ଉପସ୍ଥାପକ କହିଥିଲେ। କଂଗ୍ରେସର କହିବା ଅନୁଯାୟୀ ବିଜେପି ଦେଶକୁ ବିକିବାରେ ଲାଗିଛି। ଏବଂ ଲକଡାଉନ ପାଇଁ ଏବେ ଲୋକ ମାନେ ପରିସ୍ଥିତିକୁ ସୂଧାରି ପାରୁଛନ୍ତି ନା ପୂର୍ବ ସ୍ଥିତିକୁ ଫେରିପାରୁଛନ୍ତି। ଏହାବାଦ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀ ମୃତ୍ୟୁ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୃତ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ପିସିସି ର କାର୍ଯ୍ୟକାରିଣୀ ସଭାପତି ଚିରଞ୍ଜିବ ବିଶ୍ଵାଳ ଓ ମିଡ଼ିଆ ସେଲ ର ଅଧ୍ୟକ୍ଷ ଗଣେଶ୍ଵର ବେହେରା ଉପସ୍ଥିତ ଥିଲେ ।