ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଆଜି ପବିତ୍ର ମହାଳୟା । ପିତୃପକ୍ଷ ପିଣ୍ଡ ଦାନ ର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜା ଙ୍କ ରଥ ଯାତ୍ରା। ଗତ ବର୍ଷପରିଏଥର କରୋନା କଟକଣା ପାଇଁ ୯ ଦିନ ବିନା ଭକ୍ତରେ ଗଡିବ ବିରଜାଙ୍କ ରଥ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟା ରେ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସାରା ଭାରତବର୍ଷ ରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ଆନ୍ଧ୍ର ର ପିଠାପୁରମ ରେ ଥିବା ପାଦଗୟା, ବିହାର ରେ ଶିରଗୟା ଓ ଯାଜପୁର ବିରଜା କ୍ଷେତ୍ର ରେ ନାଭିଗୟା ଅନ୍ୟତମ । ଯେଉଁଠି ବି ପିଣ୍ଡ ଦାନକଲେ ଯଦି ନାଭିଗୟା ରେ ପିଣ୍ଡ ଦାନ ନକଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୋଇନଥାନ୍ତି ବୋଲି ବିଶ୍ବାଶ ରହିଛି । ତେଣୁ ମହାଳୟା ରେ ନାଭିଗୟା ରେ ପିଣ୍ଡ ଦାନ କୁ ପିତୃଲୋକ ଅପେକ୍ଷା କରିଥାନ୍ତି ବୋଲି କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ଆଜି ସଂଧ୍ୟାରେ ବିରଜା କ୍ଷେତ୍ର ରେ ଗଡିବ ମା ବିରଜା ଙ୍କ ରଥ। ସେଥିଲାଗି ଅପରାହ୍ନ ରେ ଯଜ୍ଞ ମଣ୍ଡପ ରେ ପୁଜାର୍ଚ୍ଚନା ଓ ରଥ ପ୍ରତିଷ୍ଠା ପରେ ଦେବୀ ଙ୍କ ଚଳନ୍ତି ପ୍ରତିମା ରଥାଋଢ ହେବେ । ଏହି ନବଦିନ ରଥଯାତ୍ରା ରେ ମା’ ରଥରେ ବସି ଦିନକୁ ଥରେ ୪ ଟା ରୁ ମନ୍ଦିର ପରିକ୍ରମା କରିବେ । ବିରଜା କ୍ଷେତ୍ରରେ ଯେପରି ଶ୍ରଦ୍ଧାଳୁ ଙ୍କର ଅଧିକ ଭିଡ ନଜମିବ ଏଥିଲାଗି ଆଜି ଠାରୁ ୧୩ ତାରିଖ ଯାଏ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।