ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ମୀପୁର ଖେରୀ ପରିଦର୍ଶନ କରିବାକୁ ଅନୁମତି ମିଳିଛି। ଏହାପରେ ସେ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବାବେଳେ ୟୁପି ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ସେ ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନେବା ପାଇଁ ସୀତାପୁର ଅଭିମୁଖେ ଯାଉଛନ୍ତି। ପ୍ରଥମେ ରାହୁଲଙ୍କୁ ଲକ୍ଷ୍ମୀପୁର ଆସିବା ପାଇଁ ଅନୁମତି ମିଳିନଥିବା ପରେ ପୁଣି ଉତ୍ତରପ୍ରଦେଶ ପ୍ରଶାସନ ତାଙ୍କୁ ପୁଣି ଅନୁମତି ମିଳିଛି। ଏହାସହ ଆଉ ୩ଜଣଙ୍କୁ ମଧ୍ୟ ଅନୁମତି ମିଳିଛି।
ଏହାସହ ପ୍ରିୟଙ୍କାଙ୍କୁ ସୀତାପୁର ଗେଷ୍ଟହାଉସରେ ଅଟକ ରଖାଯାଇଛି।