ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ :କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଜି ସକାଳେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଅଟକ ରଖାଯାଇଛି ।
କେନ୍ଦ୍ର ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋୖର୍ଯ୍ୟଙ୍କ ଗସ୍ତ ବନ୍ଦ କରିବାକୁ ଏକତ୍ରିତ ହୋଇଥିବା କୃଷକମାନେ କହିଛନ୍ତି ଯେ ମିନିଷ୍ଟରଙ୍କ କାର ପ୍ରଦର୍ଶନକାରୀଙ୍କୁ ଧକ୍କା ଦେବା ପରେ ଲକ୍ଷ୍ମପୁର ଖେରୀ ଜିଲ୍ଲାରେ ହିଂସା ଆରମ୍ଭ ହୋଇଥିଲା। ଏହି ଅଞ୍ଚଳର ଏକ ଭିଜୁଆଲରେ ଯାନବାହନ ରେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା।
“ତୁମେ ଯେଉଁ ଲୋକ ମାନଙ୍କର ହତ୍ୟା କରିଛ ସେହି ଲୋକଙ୍କ ଅପେକ୍ଷା ମୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତୁମେ ଯେଉଁ ସରକାରଙ୍କୁ ରକ୍ଷା କରୁଛ, ପ୍ରଥମେ ତୁମେ ମୋତେ ଏକ ଆଇନଗତ ୱାରେଣ୍ଟ, ଏକ ଆଇନଗତ ଆଧାର ଦିଅ, ନଚେତ୍ ମୁଁ ଏଠାରୁ ଯିବି ନାହିଁ ,ଏବଂ ତୁମେ ମୋତେ ଛୁଇଁବ ନାହିଁ” ପୋଲିସ୍ ପ୍ରିୟଙ୍କା ଙ୍କୁ ଘେରି ରହିଥିବା ବେଳେ ଏକ ଭିଡିଓରେ ଏହା ଶୁଣିବାକୁ ମିଳୁଛି। ଏହାସହ ସୀତାପୁରରେ ତାଙ୍କ ର କନଭେନ କୁ ଅଟକ ରଖାଯାଇଛି।
ଏହା ସହ ଗାଡି ପାର୍ଶ୍ୱକୁ ଯିବାକୁ ଜଣେ ପୋଲିସ ମହିଳା ଅନୁରୋଧ କରିଛନ୍ତି।
ତେବେ କେଉଁ ୱାରେଣ୍ଟ କିମ୍ବା ଆଇନଗତ ଆଦେଶ ରେ ତାଙ୍କୁ ରୋକ ଯାଇଛି ପ୍ରିୟଙ୍କା ବାରମ୍ବାର ସେହି କଥା କହିବାର ଶୁଣିବାକୁ ମିଳୁଛି, ଏବଂ ଯଦି ତୁମେ ମୋତେ ସେହି କାରରେ ରଖିବ ମୁଁ ତୁମକୁ ଅପହରଣ ଅଭିଯୋଗ ଦେବି। ଏବଂ ଏହି ଅଭିଯୋଗ ପୋଲିସ ବିରୁଦ୍ଧରେ ହେବ ନାହିଁ କିନ୍ତୁ ତୁମ ବିରୁଦ୍ଧରେ ରହିବା ବୋଲି ସେ ପୋଲିସକୁ କହୁଛନ୍ତି।