ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶା ଖାଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଖାରବେଳ ନଗରସ୍ଥିତ ଏହାର କାର୍ଯ୍ୟାଳୟ ପରିସରରେ ୧୫୨ ତମ ଗାନ୍ଧିଜୟନ୍ତୀ ସମାରୋହ ସରକାରଙ୍କ କୋଭିଡ ନିୟମ ଅନୁପାଳନରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ୧୫୨ ତମ ଗାନ୍ଧି ଜୟନ୍ତୀ ସମାରୋହକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଭଜନ ଓ ରାମଧୂନରେ ସମଗ୍ର ପରିବେଶ ଉତ୍ସବ ମୁଖରିତ ହୋଇଥିଲା । ମାନ୍ୟବର ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଖଦି କାର୍ଯ୍ୟକ୍ରମରେ ତାଙ୍କର ସଂପୃକ୍ତି ଓ ଅଭିଜ୍ଞତା ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ଖଦି କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂହ ” ଖଦି ଆନ୍ଦୋଳନ ଓ ଗ୍ରାମ୍ୟ ଅର୍ଥନୀତି ” ଶୀର୍ଷକ ଆଲୋଚନାରେ ସୁଚିନ୍ତିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କ୍ରମରେ ଗାନ୍ଧିଜୀ ତାଙ୍କର ଖଦି ପରିଧାନରି ୧୦ ୦ ବର୍ଷ ପୂର୍ତ୍ତି ଓ ଆଣ୍ଠୁଲୁଚା ଖଦି ପରିଧାନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡିଶାର ଦାରିଦ୍ରତାକୁ ଦେଖି ଖଦି ଓ ଖାଦ୍ୟର ଆବଶ୍ୟକତା ପୂରଣ ପାଇଁ ଧ୍ୟାନ ଦେଇଥିଲେ । ଓଡିଶାର ଜନଗଣଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଅତୁଟ ଥିଲା । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଖଦି ବୋର୍ଡ ଦ୍ବାରା ସମ୍ପାଦିତ କାର୍ଯ୍ୟାବଳୀ ସମ୍ପର୍କରେ ଉଲ୍ଲେଖ କରିବା ସହିତ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଖଦିବୋର୍ଡ଼ର ଭୂମିକା ଅତୁଳନୀୟ ବୋଲି କହିଥିଲେ । ବୋର୍ଡର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ ତାଙ୍କର ଅଭିଭାଷଣରେ ଖଦିର ବ୍ୟାପକ ପ୍ରସାର ପ୍ରଚାର ପାଇଁ ଖଦିବୋର୍ଡ ଦ୍ବାରା ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବା ସହିତ ରାଜ୍ୟ ସରକାର ଯୋଗାଇ ଦେଇଥିବା ସହାୟତାର ଭୂୟସୀ ପ୍ରଶଂସା କରିଥିଲେ ।