ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ବାପୁ ନାମରେ ଜଣାଶୁଣା ଗାନ୍ଧୀ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ। ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ।
ଅକ୍ଟୋବର ୨ ତାରିଖ ଦିନଟି ଭାରତରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଅହିଂସା ସ୍ଥଳ ଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ପରିସରରେଥିବା ଅହିଂସା ସ୍ଥଳରେ ବାପୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପରିସରକୁ ସଫା କରାଯିବା ସହ ଅହିଂସା ସ୍ଥଳରୁ ମୁଖ୍ୟଫାଟକ ପର୍ଯ୍ୟନ୍ତ ପଦଯାତ୍ରା ମାଧ୍ୟମରେ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ସହ ସ୍ୱଚ୍ଛତା ବିଷୟରେ ସଚେତନତା କରଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ତନ୍ମୟ ସ୍ୱାଇଁ ଓ ରାଜେଶ୍ ରଜ ସ୍ୱାଇଁ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବାର୍ତ୍ତା ଦେଇଥିଲେ । ଏହାପରେ ଛାତ୍ରଛାତ୍ରୀ ମାନେ ବାପୁଙ୍କ ଜୀବନ ସହିତ ଜଡିତ ଅନେକ ଘଟଣା ବିଷୟରେ ନିଜ ମତ ରଖିଥିଲେ ।