ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡିକ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୩ ପଇସା ବଢ଼ିଛି । ବର୍ଦ୍ଧିତ ଦର ଶୁକ୍ରବାର ସକାଳୁ ଲାଗୁ ହୋଇଛି । ଦର ବୃଦ୍ଧି ପାଇବାରୁ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ଦାମ୍ ୧୦୨.୭୭ ଟଙ୍କା ଏବଂ ଡିଜେଲ ଲିଟର ଦାମ ୯୮.୩୪ ଟଙ୍କାରେ ପହଞ୍ଚିଛି । ବଦ୍ଧିତ ଦର ଅନୁସାରେ କଟକରେ ପେଟ୍ରୋଲ ଲିଟର ଦାସ ୧୦୩.୧୧ ଟଙ୍କା ଓ ଡିଜେଲ ଲିଟର ପିଛା ଦାମ ୯୮.୬୬ ଟଙ୍କା ରହିଛି । ବାଲେଶ୍ୱରରେ ପେଟ୍ରୋଲ ଲିଟର ଦର ୧୦୩.୧୮ ଏବଂ ଡିଜେଲ ଲିଟର ଦର ୯୮.୭୪ ଟଙ୍କାରେ ପହଞ୍ଚିଛି । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦାମ ୧୦୮.୩୫ ଏବଂ ଡିଜେଲ ଲିଟର ପିଛା ୧୦୩.୭୩ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୟ କରାଯାଉଛି । କୋରାପୁଟରେ ପେଟ୍ରୋଲ ଲିଟର ମୂଲ୍ୟ ୧୦୭.୩୮ ଟଙ୍କା ଏବଂ ଡିଜେଲ ଲିଟର ମୂଲ୍ୟ ୧୦୨.୮୦ ଟଙ୍କା ହୋଇଛି । ସମ୍ବଲପୁରରେ ପେଟ୍ରୋଲ ଲିଟର ପିଛା ଦର ୧୦୩ ୪୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ଦର ୯୮.୯୮ ଟଙ୍କା ରହିଛି ।