ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମୁଁ କଂଗ୍ରେସ ଦଳ ଛାଡିବି ନାହିଁ। ମୋର ଦଳ ଛାଡିବାକୁ ନେଇ ଯେଉଁ ଗୁଜବ ଉଠୁଛୁ ତାହା ମିଛ ବୋଲି କହିଛନ୍ତି ପ୍ରଦୀପ ମାଝୀ। ସେ ବରିଷ୍ଠ କଂଗ୍ରେସ ନେତା ରାହୁଲ ସହ ସାକ୍ଷାତ କରିଥିଲେ। ସାକ୍ଷାତ ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଦୀପ କହିଥିଲେ ଯେ ମୁଁ କଂଗ୍ରେସ ଦଳରେ ଥିଲି , ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିବି । ୨୦୧୭ରୁ ତାଙ୍କର କଂଗ୍ରେସ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଇ ଆସୁଛି । ଏଭଳି ଚର୍ଚ୍ଚା କାହିଁକି ହେଉଛି ସେ ନିଜେ ମଧ୍ୟ ଚିନ୍ତିତ ଅଛନ୍ତି । ରାହୁଳଙ୍କ ସହ ଆଲୋଚନା ପ୍ରସଙ୍ଗରେ ପ୍ରଦୀପ କହିଥିଲେ ଯେ ରାଜ୍ୟ କଂଗ୍ରେସ ସଂଗଠନର ଉତ୍ଥାନ ଓ ପତନ ବିଷୟରେ ତଥ୍ୟ ଦେବାକୁ ଆସିଥିଲେ । ଆଲୋଚନା ଫଳପ୍ରଦ ହୋଇଛି ଏବଂ ଆଗାମୀ ଦିନରେ ରଣନୀତି ତିଆରି ହୋଇ ଉଭୟ ଜାତୀୟସ୍ତରରେ ଏବଂ ରାଜ୍ୟସ୍ତରରେ କଂଗ୍ରେସ ସଂଗଠନକୁ ମଜଭୁତ କରାଯିବ । ଦୁର୍ବଳ କଂଗ୍ରେସ ସଂଗଠନକୁ କିପରି ସଜଡ଼ା ଯିବ ଏବଂ ଆମର କ’ଣ ଦାୟିତ୍ବ ରହିବା ବୋଲି ମୁଖ୍ୟତଃ ଆଲୋଚନାର ବିଷୟବସ୍ତୁ ରହିଥିଲା ।ତେଣୁ ଦଳକୁ କିପରି ମଜବୁତ କରିହେବ ତାହାକୁ ନେଇ ଆମେ ଆଲୋଚନା କରିଥିଲୁ। ଏହାପରେ ପ୍ରଦେଶ କଂଗ୍ରେସ ସଭାପତି ବଦଳ ପ୍ରସଙ୍ଗରେ ଶ୍ରୀ ମାଝୀ କହିଥିଲେ ଯେ ପିସିସି ସଭାପତି ବାରମ୍ବାର ପରିବର୍ତ୍ତନ ଦ୍ୱାରା ଦଳକୁ କିଛି ଫାଇଦା ମିଳି ନାହିଁ। ଆମେ ତୃଣମୂଳ ସ୍ତରରେ କିପରି ଦଳକୁ ମଜବୁତ କରାଯିବ ତାହା ଉପରେ ଧ୍ୟାନ ଦିଆଯାଉଛି।