ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ୧୯୦୪ ଅକ୍ଟୋବର ୨ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକି ଭାବେ ପାଳନ କରାଯାଉଛି। ସେ ବାରଣସୀରେ ଜନ୍ମଗ୍ରହଣ କରିଥିଲେ । ଦେଶ ତାଙ୍କର ବଳିଦାନକୁ ସବୁବେଳ ପାଇଁ ମନେ ରଖିଛି। ସ୍ଵାଧୀନତା ଆନ୍ଦୋଳନରେ ୧୯୨୦ରେ ଶାସ୍ତ୍ରୀଜୀ ଅଂଶଗ୍ରହଣ କରିବା ସହ ପରବର୍ତ୍ତୀ ସମୟରେ ସେ ଲବଣ ସତ୍ୟାଗ୍ରହରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧିଙ୍କ ନୀତିରେ ଲାଲବାହାଦୂର ଶାସ୍ତ୍ରୀ ପ୍ରଭାବିତ ହୋଇଥିଲେ ତାଙ୍କ ମାର୍ଗରେ ଚାଲିଥିଲେ । ଭାରତ ସ୍ଵାଧୀନ ହେବା ପରେ ସେ ପ୍ରଥମେ ରେଳବାଇ ମନ୍ତ୍ରୀ ଭାବେ ଦାୟିତ୍ବ ଭାର ଗ୍ରହଣ କଲେ । ପରେ ଗୃହମନ୍ତ୍ରୀ ଓ ୧୯୬୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଅକ୍ଟୋବର ୨ରେ ସମଗ୍ର ଭାରତରେ ‘ ଶାସ୍ତ୍ରୀ ଜୟନ୍ତୀ ମଧ୍ୟ ପାଳନ କରାଯାଏ । କୁହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ , ସେହିପରି ଶାସ୍ତ୍ରୀଙ୍କ ଜୀବନଶୈଳୀ ଥିଲା ସାଧାରଣ କିନ୍ତୁ ତାଙ୍କ ଚିନ୍ତାଧାରା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଜୟ ଯବାନ – ଜୟ କିଷାନର ବିଜୟ ଧ୍ବନି ଦେଇ ସେ ସୈନିକ ଓ କୃଷକମାନଙ୍କର ମନୋଳା ବଢାଇଲେ । ସେ ଜାଣିଥିଲେ ଦେଶର ରକ୍ଷା ସେତେବେଳେ ସଫଳ ହେବ ଯେତେବେଳେ ସୈନିକଙ୍କ ପେଟରେ ଅନ୍ନ ଥିବ । ଆଉ ଅନ୍ନ ଦେଶରେ ସେତେବେଳେ ଉପୁଜିବ ଯେତେବେଳେ ଦେଶର କୃଷକକୁ ମାନ ସମ୍ମାନ ମିଳିବ ଆଉ କୃଷକ ଯେତେବେଳେ ଖୁସି ହେବ । କାରଣ ସେ ଜାଣିଥିଲେ କୃଷକ ହେଉଛନ୍ତି ଆମ ଦେଶର ବଳ। ତାଙ୍କ ସୁରକ୍ଷା ମାଦେ ଦେଶର ସୁରକ୍ଷା।
ସେ ଏପରି ଏକ ବ୍ୟକ୍ତିତ୍ବ ଥିଲେ ଯେକି ନିଜର ବଳକା ଅର୍ଥକୁ ସଞ୍ଚିତ ନରଖି ଗରିବ ମାନଙ୍କ ଭିତରେ ବାଣ୍ଟିଦେଇଥିଲେ। ତାଙ୍କର ଉତ୍ସର୍ଗୀକୃତ ପାଇଁ ଦେଶ ତାଙ୍କୁ ସବୁବେଳେ ମନେ ରଖିଛି ଏବଂ ଆଗକୁ ବି ରଖିଆସିବେ।