ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଅର୍ଥ ହୋଇପାରେ। କିଛି ଲୋକ ଏହାକୁ ସରଳ ପସନ୍ଦ କରନ୍ତି ଏବଂ କିଛି ଲୋକ ଏହାକୁ ନେଇ କିଛି ନୂଆ କରିବା କରିବାକୁ ପସନ୍ଦ କରନ୍ତି । ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏହି ଭେରାଇଟି ଖାଦ୍ୟର ଖୁବ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଲୋକ ମାନେ ପ୍ରତିଦିନ ସେହି ପୁରୁଣା ଟ୍ରାଡିସ୍ନାଲ ଖାଇବାକୁ କିଛି ନୂଆ ଭାବରେ ନୂଆ ରୂପରେ ଲୋକଲୋଚନକୁ ଆଣୁଛନ୍ତି। ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ଦ୍ବାରା ଲୋକ ମାନେ ମଧ୍ୟ ଏହା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। ଏବେ ସେହିପରି ଏକ ଖାଦ୍ୟର ପୋଷ୍ଟ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେବାର ଲାଗିଛି। ତେବେ ଆପଣ ଏହି ଚିତ୍ର ଦେଖିପାରିବେ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଯେଉଁଥିରେ ପ୍ରିୟ ଇଡଲିକୁ ଏକ ଆଇସ୍କ୍ରିମ୍ ଷ୍ଟିକରେ ପରିବେଷଣ କରାଯାଇଛି । ଇଡଲି ମୁଖ୍ୟତଃ ସାଉଥଇଣ୍ଡିଆନ ଖାଦ୍ୟ ରୂପେ ଖୁବ ପରିଚିତ। କେବଳ ଭାରତରେ ନୁହେଁ ସବୁ ଦେଶରେ ଏହାର ଲୋକ ପ୍ରିୟତା ଖୁବ ରହିଛି। ତେବେ ଆଇସ୍କ୍ରିମ୍ ଷ୍ଟିକରେ ଇଡଲି ଏହା ଦେଖିଲେ ଆପଣଭି ଆଶ୍ଚଯ୍ୟ ହୋଇଯିବେ।
ତେବେ ଭାଇରାଲ୍ ଚିତ୍ରଟି ବାସ୍ତବରେ ବେଙ୍ଗାଲୁରୁର କିଛି ରେଷ୍ଟୁରାଣ୍ଟରେ ତିଆରି ହୋଇଥିବାର ସୂଚନା ମିଳିଛି। ଯେଉଁଠାରେ ଖାଇବାକୁ ସହଜତା କରିବା ପାଇଁ ସମ୍ୱର ଏବଂ ଚଟନି ସହିତ ଏକ ଆଇସ୍କ୍ରିମ୍ ଷ୍ଟିକରେ ସୁଗନ୍ଧିତ ଚାଉଳ କେକ୍ ପରିବେଷଣ କରାଯାଇଥିଲା ଚିତ୍ରଟି ଅନେକ ଲୋକ ମାନଙ୍କୁ ଆକର୍ଷଣ କରୁଛି। ଏବଂ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତେବେ ଲୋକ ମାନଙ୍କୁ ସହଜ ଏବଂ ସରଳ ଉପାୟରେ ଖାଦ୍ୟ ଯୋଗାଇଦେବା ପାଇଁ ଏହା ଏକ ଅଭିନବ ଉପାୟ ଅଟେ। ଯାହାକୁ ଅତୀତରେ ବହୁତ ଲୋକ ନିଶ୍ଚୟ ବ୍ୟବହାର କରିବେ।