ସନଷ୍ଟାର ଟିଭି ବ୍ୟୁରୋ
କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଏମ.ଫିଲ ଏବଂ ପି ଏଚଡ଼ି ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହୋଇଛି । ଅକ୍ଟୋବର ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଆବେଦନ ସରିବା ପରେ ଅକ୍ଟୋବର ୩୦ ତାରିଖ ୩୧ରେ ପିଏଚଡି ଏମ . ଫିଲ ଏବଂ ୩୧ରେ ପିଏଚଡ଼ି ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ଆସନ୍ତା ନଭେମ୍ବର ୧୨ ଓ ୧୩ ତାରିଖରେ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ମୌଖିକ ପରୀକ୍ଷା ହେବ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ନଭେମ୍ବର ୨୦ ତାରିଖରେ ନାମ ଲେଖାଇବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ମୋଟ ୨୧ ଟି ବିଭାଗରେ ଏମ.ଫିଲ ଏବଂ ପିଏଚଡି ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନେ ଆବଦେନ କରିପାରିବେ। ଉକ୍ତ ବିଭାଗ ମଧ୍ୟରେ ଆପ୍ଲାଏଡ ଜିଓଗ୍ରାଫି , ବାୟୋ ଟେକ୍ନୋଲୋଜି , ବଟାନୀ , କେମେଷ୍ଟ୍ରି , ବାଣିଜ୍ୟ , ମ୍ୟାନେଜମେଣ୍ଟ , ଏଜୁକେସନ , ଇଂରାଜୀ , ଅର୍ଥଶାସ୍ତ୍ର , ଜିଓଲୋଜି , ହିନ୍ଦୀ , ଇତିହାସ , ଓଡିଆ , ଦର୍ଶନଶାସ୍ତ୍ର , ପିଜିକ୍ସ , ରାଜନୀତି ବିଜ୍ଞାନ , ମନସ୍ତତ୍ତ୍ବ , ସଂସ୍କୃତ , ସମାଜଶାସ୍ତ୍ର , ପରିସଂଖ୍ୟାନ ଏବଂ ଜୁଲୋଜି । ଏମ.ଫିଲ ଲାଗି ମୋଟ ୯୯ଟି ସିଟ ରହିଥିବାବେଳେ ତନ୍ମଧରୁ ସାଧାରଣବର୍ଗରେ ୬୫ଟି , ଅନୁସୂଚିତ ଜନଜାତିରେ ୨୨ଟି , ଅନୁସୂଚିତ ଜାତିରେ ୧୧ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ଗୋଟିଏ ସିଟ ସଂରକ୍ଷିତ ରଖାଯାଇଛି । ଅନ୍ୟପକ୍ଷରେ ପିଏଚଡିରେ ମୋଟ ୧୦୯ଟି ସିଟ ରହିଛି । ଏହି ସିଟ ମଧ୍ୟରୁ ସାଧାରଣବର୍ଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ୬୮ , ଅନୁସୂଚିତ ଜନଜାତି ବର୍ଗ ଲାଗି୨୨ , ଅନୁସୂଚିତ ଜାତି ଲାଗି ୧୬ ଏବଂ ଦିବ୍ୟାଙ୍ଗ ଲାଗି ୩ଟି ସିଟ ସଂରକ୍ଷିତ ରହିଛି । ତେବେ ବିଭିନ୍ନ ପାଠ୍ୟକ୍ରମରେ କେଉଁ ବର୍ଗ ଲାଗି କେତେ କୋର୍ସ ଫି ରହିଛି ଏବଂ ପ୍ରବେଶିକା ପରୀକ୍ଷା ଲାଗି ନିର୍ଦ୍ଧାରଣ ହୋଇଥିବା ଫିର ସମସ୍ତ ତଥ୍ୟ ବିଶ୍ୱବିଦ୍ୟାଳୟ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।