ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୧ – ୨୨ରେ ବି.ଏଡ୍ ବିପିଏଇଡି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅକ୍ଟୋବର ୭ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ ଲାଇନ୍ ସଞ୍ଚାର ଜରିଆ ରେ ଏହି ପରୀକ୍ଷା ହେବ। ପରୀକ୍ଷାକୁ ଏକାଧିକ ପର୍ଯ୍ୟାୟରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭାଗ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। ପରୀକ୍ଷାର୍ଥୀ ଚଳିତ ମାସ ୨୫ ତାରିଖରୁ ପ୍ରବେଶପତ୍ର ( ଆଡମିଟ୍ କାର୍ଡ ) ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀ http://samsodisha.gov.in ୱେବସାଇଟ୍ ଲଗ୍ ଇନ୍ କରି ସେମାନଙ୍କ ପ୍ରବେଶପତ୍ର ସଂଗ୍ରହ କରିପାରିବେ । ଏନେଇ ସାମ୍ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଏସ୍ଏମ୍ଏସ୍ ଜରିଆରେ ଅବଗତ କରାଯିବ । ତେବେ ଡିଏଲଇଡି ( ସିଟି ) ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କ ଶେଷ ପରୀକ୍ଷା ଆଜିଠାରୁ ସିଟି ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୮ ଯାଏଁ ଚାଲିବ । ବହୁ ବିଦ୍ୟାର୍ଥୀ ବିଏଡ୍ ପ୍ରବେଶିକା ଦ୍ବନ୍ଦ ଦେବାକୁ ଥିବାବେଳେ ସେମାନଙ୍କର ସମାନ ତାରିଖରେ ସିଟି ପରୀକ୍ଷା ରହିଛି । କିଭଳି ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଦେବେ ତା’କୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସିଟି ବିଦ୍ୟାର୍ଥୀ ଦୂରଦୁରାନ୍ତରରେ ରହି ପରୀକ୍ଷା ଦେଉଥିବାବେଳେ ୭ ଓ ତାରିଖରେ ବିଏଡ୍ ପରୀକ୍ଷା ପାଇଁ ଆସିବ କଷ୍ଟକର ବ୍ୟାପାର ପାଲଟିଛି । ସେମାନେ ସିଟି ପରୀକ୍ଷା ଦେବେ ନା ବିଏଡ୍ ପ୍ରବେଶିକା ଦେବେ ତା’କୁ ନେଇ ଦ୍ବନ୍ଦରେ ରହିଛନ୍ତି । ବହୁ ସିଟି ବିଦ୍ୟାର୍ଥୀ ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବହୁ ଆଗରୁ ପଞ୍ଜିକରଣ କରିଛନ୍ତି। ଗୋଟିଏ ଦିନରେ ପରୀକ୍ଷା ସହିତ ବି.ଏଡ ପ୍ରବେଶିକା ପରୀକ୍ଷା ରହିଥିବାରୁ ଅନେକ ଛାତ୍ରଛାତ୍ରୀ ବି ଏଡ୍ ପ୍ରବେଶିକା ପରୀକ୍ଷା ଦେବାରୁ ବଞ୍ଚିତ ହେବାର ଆଶଙ୍କା ଦେଖା ଦେଇଛି । ବି.ଏଡ ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚାଇବା ଦିଗରେ ଉଚ୍ଚଶିକ୍ଷା ବିଭାଗ ତ୍ବରିତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଓ ଅଭିଭାଭବକ ମହଲରେ ଦାବି ଉପୁଜିଛି ।