ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପ୍ରସ୍ତୁତି ସରିଲା। ଆଜି ଭୋଟ୍ । କୋଭିଡ୍ କଟକଣା ଭିତରେ ମୋଟ୍ ୨ , ୨୯ , ୯୯୮ ଭୋଟ୍ର ନିଜର ମତଦାନ ସାବ୍ୟସ୍ତ କରିବେ । ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟରମାନେ ନିଜ ପରିଚୟ ପତ୍ର ଦେଖାଇ ଇଭିଏମରେ ମତଦାନ ସାବ୍ୟସ୍ତ କରିବେ । ଏଥର ଭିଭିପ୍ୟାଟ କୁ ବାଧ୍ୟତାମୂଳକ କରାଯାଇଛି । ନିର୍ବାଚନ ମଣ୍ଡଳୀରେ ମୋଟ୍ ୩୪୮ଟି ବୁଥ ମଧ୍ୟରୁ ୨୦୧ଟି ବୁଥ ସମ୍ବେଦନଶୀଳ ଭାବରେ ଚିହ୍ନଟ ହୋଇଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ତେଣୁ ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି କମ୍ପାନୀ ବିଏସ୍ଏଫ୍ ଙ୍କ ସହ ପ୍ରାୟ ୨୦୦୦ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସମୁଦାୟ ୧୪୯୦ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏହା ମଧ୍ୟରେ ୯୮ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । ଏତଦ୍ ବ୍ୟତୀତ ବୁଥ ବାହାରେ ରହି ନିର୍ବାଚନ କାର୍ଯ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି କର୍ମଚାରୀମାନେ ବିଶେଷ ଭାବରେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟକରିବେ ।