ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପ୍ରକାଶପାଇଛି + ୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । ଏଥିରେ ୨୮ ହଜାର ୮୪୪ ଜଣ ଛାତ୍ର ଓ ୨୫ ହଜାର ୭୮୭ ଛାତ୍ରୀଙ୍କ ସମେତ ୨ ଜଣ ତୃତୀୟ ଲିଙ୍ଗୀ ମନୋନୀତ ହୋଇଛନ୍ତି ।ସେଥିରୁ କଳାରେ ୪୦ ହଜାର ୮୭୧, ବାଣିଜ୍ୟରେ ୨ ହଜାର ୬୪୪ , ବିଜ୍ଞାନରେ ୧୦ ହଜାର ୩୮୨ , ସଂସ୍କୃତିରେ ୨୬୯ , ଧନ୍ଦାମୂଳକ ଶିକ୍ଷାରେ ୪୬୭ ଜଣ ମନୋନୀତ ହୋଇଛନ୍ତି। ବିଜ୍ଞାନ , କଳା ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ସବୁଠାରୁ ଆଗରେ ରହିଛି । ଏଠାରେ ସାଧାରଣ ବର୍ଗ କଟ୍ ଅଫ୍ ମାର୍କରେ କଳାରେ ୭୬.୫ , ବିଜ୍ଞାନରେ ୯୦ ପ୍ରତିଶତ , ବାଣିଜ୍ୟରେ ୮୦ ପ୍ରତିଶତ ରହିଛି । ଦ୍ବିତୀୟରେ ଅଛି ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ । ଏଠାରେ କଳାରେ ରହିଛି ୭୬.୪ ପ୍ରତିଶତ । ସେହିଭଳି ତୃତୀୟରେ ଭଦ୍ରକ ଉଚ୍ଚ ମାଧ୍ୟମିକ ସ୍କୁଲ ୭୩.୧୭ । ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ବିଜ୍ଞାନରେ ୮୮.୩୩ ପ୍ରତିଶତ ରଖିଛି । ୮୬.୩୩ କଟ୍ ଅଫ୍ ମାର୍କ ରେ ତୃତୀୟରେ ରହିଛି ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲ୍ ସୋର । ସେହିଭଳି ୭୯.୫ ପ୍ରତିଶତ ସହ ବାଣିଜ୍ୟରେ ଦ୍ବିତୀୟରେ ରହିଛି ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ। ୭୫.୫ ପ୍ରତିଶତ କଟ୍ ଅଫ୍ ସହ ତୃତୀୟରେ ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି।