ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ( ନାବାର୍ଡ ) ଓଡ଼ିଶାରେ ୨୫ଟି ରାସ୍ତା ପ୍ରକଳ୍ପ ପାଇଁ ୨୦୬ କୋଟି ଟଙ୍କାର ଆରଆଇଡିଏଫ୍ ସହାୟତା ପ୍ରଦାନ କରିଛି । ୧୧ଟି ଜିଲ୍ଲାରେ ହେବାକୁ ଥିବା ରାସ୍ତା ପ୍ରକଳ୍ପ କାମରେ ଏହି ରାଶି ବିନିଯୋଗ ହେବ । ଏହି ପ୍ରକଳ୍ପ ଜରିଆରେ ବିଭିନ୍ନ ଜିଲ୍ଲାରେ ୨୦୩ କିମି ଲମ୍ବର ରାସ୍ତା ସଂଯୋଗକୁ ମଜବୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ସମ୍ପନ୍ନ ହେଲେ ୧୭୨୩ ଗାଁର ପ୍ରାୟ ୨୦ ଲକ୍ଷରୁ ଉର୍ଷ ଲୋକ ଉପକୃତ ହେବେ । ରାଜ୍ୟ ପୂର୍ତ୍ତ ବିଭାଗ ଏହି କାମ ହାତକୁ ନେଇଥିବା ବେଳେ ପ୍ରକଳ୍ପଟି ଗ୍ରାମାଞ୍ଚଳର ଲୋକଙ୍କ ଦୈନନ୍ଦିନ ଜୀବନରେ ଉନ୍ନତି ଆଣିବ ବୋଲି ନାବାର୍ଡ ଆଶା ରଖିଛି । ବିଶେଷ କରି ନାବାର୍ଡ ପ୍ରଦାନ କରୁଥିବା ଅର୍ଥକୁ ରାଜ୍ୟ ସରକାର ଅତି ଜରୁରୀ ରାସ୍ତା ନିର୍ମାଣ , ଜଳ ସେଚନ ଏବଂ ପାନୀୟ ଜଳ ଯୋଗାଣ ଇଦ୍ୟାତି ଭିତ୍ତିଭୂମି ନିର୍ମାଣରେ ବ୍ୟବହାର କରୁଛନ୍ତି।