ସନ୍ଷ୍ଟାର ଟିଭି ବ୍ୟୁରୋ
ଶୀତ ଋତୁରେ ଆସିବା କ୍ଷଣି ଚର୍ମ ଶୁଷ୍କ ଓ ରୁକ୍ଷ ହୋଇଯାଏ । ଶୁଷ୍କ ଚର୍ମ କୁଣ୍ଡାଇ ହେବା ଆହୁରି ଏକ ବଡ ସମସ୍ୟା । ଆଉ ଓଠ ଫାଟିବା ଓ ପାଦ ଗୋଇଠି ଫାଟିବା ସମସ୍ୟା ବଢ଼ିଯାଏ । ଏହି ସବୁ ସମସ୍ୟା ପାଇଁ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ଯଦି ଆପଣ ଘରେ କିଛି ଘରୋଇ ଉପାୟ ଆପଣାନ୍ତି ତ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ ଓ ତ୍ୱଚାକୁ କୋମଳ ରଖି ପାରିବେ ।
ପାଣି- ଜଳ ଶରୀରକୁ କୋମଳ ରଖିବାରେ ସାହାଯ୍ୟ କରେ । ଦିନକୁ ଅତି କମରେ ୮ ରୁ ୧୦ ଗ୍ଲାସ ନିୟମିତ ପାଣି ପିଇବା ଦ୍ବାରା ଶରୀର ଶୁଷ୍କ ହେବ ନାହିଁ ।ଅଧିକ ଗରମ ହୋଇଥିବା ପାଣିରେ ନିୟମିତ ଗାଧୋଇଲେ ମଧ୍ୟ ଶରୀର ଶୁଷ୍କ ହୋଇଯାଏ ତେଣୁ ଅଳ୍ପ ନଖ ଉଷୁମ ପାଣି ବା ନଖ ଉଷୁମ ପାଣିରେ ଗାଧାନ୍ତୁ ।
କଞ୍ଚା କ୍ଷୀର –କଞ୍ଚା କ୍ଷୀରରେ ଅଳ୍ପ ପରିମାଣର ଲେମ୍ବୁ ରସ ପକାଇ ମୁହଁ ବା ଶୁଷ୍କ ଚର୍ମରେ କିଛି ସମୟ ପାଇଁ ଲଗାଇ ରଖନ୍ତୁ ।୧୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ
ନଡ଼ିଆ ତେଲ –ନଡିଆ ତେଲ ଚର୍ମ ପାଇଁ ବରଦାନ ସଦୃଶ । ଶରୀରରେ ପ୍ରତିଦିନ ନଡ଼ିଆ ତେଲ ମାଲିସ୍ କରନ୍ତୁ । ଓଠ ଓ ପାଦରେ ପ୍ରତିଦିନ ଶୋଇବା ପୂର୍ବରୁ ନଡିଆ ତେଲ ଲଗାନ୍ତୁ। ଏହା ଦ୍ଵାରା ଓଠ ନରମ ରହିବା ସହିତ ଫାଟିବା ବନ୍ଦ ହୋଇଯାଏ । ଯେଉଁ ଲୋକଙ୍କୁ କୁଣ୍ଡାଇ ହେବା ସମସ୍ୟା ପ୍ରତି ବର୍ଷ ହେଉଛି ସେ ପ୍ରତିଦିନ ଶରୀରରେ ନଡ଼ିଆ ତେଲ ମାଲିସ୍ କରନ୍ତୁ । ତ୍ୱଚା କୋମଳ ଓ ନରମ ହେବା ସହ କୁଣ୍ଡାଇ ହେବ ନାହିଁ ।
ନିମ୍ୱ ପତ୍ର –ନିମ୍ୱ ପତ୍ର ମଧ୍ୟ କୁଣ୍ଡାଇ ହେବାକୁ ରୋକିବାରେ ସହାୟକ ହୋଇଥାଏ । ଏହା ଭିତରେ ଉପସ୍ଥିତ ଆଣ୍ଟି ଆକ୍ସିଡେଣ୍ଟ ତ୍ୱଚା ପାଇଁ ବହୁତ ଉପଯୋଗୀ । ନିମର ପତ୍ରକୁ ସିଝାଇ ଏହି ପାଣିରେ ଗାଧୋଇଲେ କୁଣ୍ଡାଇ ହେବାରୁ ମୁକ୍ତି ମିଳିଥାଏ ଏବଂ ଶରୀରରୁ ଜୀବାଣୁ ମଧ୍ୟ ନଷ୍ଟ ହୋଇଯାନ୍ତି ।