ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ରାଜ୍ୟର ହାଇପ୍ରୋଫାଇଲ କ୍ଲବ ଭୁବନେଶ୍ୱର କ୍ଲବ ର ମୁଖିଆ ବାଛାଇବାକୁ ଚାଲିଥିବା ରେସ୍ ର ଅନ୍ତ ଘଟିଛି । ରବିବାର ଭୋଟ ଦାନ ପ୍ରକ୍ରିୟା ସମାପ୍ତ ହୋଇଥିଲା ଆଜି ସନ୍ଧ୍ୟାର ରେ ଫଳାଫଳ ଘୋଷଣା ହେଇଛି । କ୍ଲବ୍ ର ସଭାପତି ଦୌଡ଼ରେ ଥିବା ରାଜ୍ୟର ଦୁଇ ପୁର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ବିଜୟ କୁମାର ପଟ୍ଟନାୟକ ଙ୍କୁ ନେଇ ଉତ୍କଣ୍ଠା ବଢ଼ିଯାଇଥିଲା।
ଓଡ଼ିଶା ଶାସନ କଳରେ ସବୁଠାରୁ ଶୀର୍ଷ ରେ ଥିବା ଏହି ଦୁଇ ଅଧିକାରୀ ଙ୍କ ମଧ୍ୟରେ ପ୍ରତିଦୋନ୍ଦିତା କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଥିଲା । ଫଳାଫଳ ଘୋଷଣା ହେବା ପରେ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନା ର ଅନ୍ତ ଘଟିଛି ।
ବିଜୟ କୁମାର ମହାପାତ୍ର ୪୯୮ ଭୋଟ୍ ପାଇଥିବା ବେଳେ ଅସିତ କୁମାର୍ ତ୍ରିପାଠି ୭୭୬ଭୋଟ ପାଇ ବିଜୟ ହୋଇଛନ୍ତି ।
ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଥିବା ବେଳେ ମହେନ୍ଦ୍ର କୁମାର ଗୁପ୍ତା ଉପସଭାପତି , ବିଶାଲ ଦେବ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି।