ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ନୂତନ କୃଷି ବିଲକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ମାନେ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ ବିଭିନ୍ନ ଅଭିନେତା ଓ ବଡ ବଡ ନେତାମାନେ ମଧ୍ୟ ସମର୍ଥନ କରୁଥିବାର ଦେଖାଯାଇଛି । ତେବେ କଂଗ୍ରେସର ମୁଖ୍ୟ ନେତା ତଥା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷି ଆନ୍ଦୋଳନକୁ ସମର୍ଥନ କରି ସୋସିଆଲ ମିଡିଆରେ ‘ସ୍ପିକ ଅପ୍ ଫର୍ ଫାର୍ମରସ୍’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହା ସହ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଏକ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, କେନ୍ଦ୍ରସରକାର କୃଷକ ମାନଙ୍କ ପାଇଁ କଳା ଆଇନ ଆଣିବା ସହିତ ସେମାନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି । ହେଲେ ଚାଷୀର ସ୍ୱର ଯେ ସାରା ଦେଶରେ ଗୁଞ୍ଜି ଉଠିବ ସେକଥାକୁ ଭୁଲି ଯାଇଛନ୍ତି । ସରକାରଙ୍କର ଏଭଳି ଚାଷୀମାରଣ ନୀତିକୁ ସହ୍ୟ କରାଯିବନାହିଁ ବୋଲି ରାହୁଲ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।
मोदी सरकार ने किसान पर अत्याचार किए- पहले काले क़ानून फिर चलाए डंडे लेकिन वो भूल गए कि जब किसान आवाज़ उठाता है तो उसकी आवाज़ पूरे देश में गूंजती है।
किसान भाई-बहनों के साथ हो रहे शोषण के ख़िलाफ़ आप भी #SpeakUpForFarmers campaign के माध्यम से जुड़िए। pic.twitter.com/tJ8bry6QWi
— Rahul Gandhi (@RahulGandhi) November 30, 2020
ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ବି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଆଇନର ନାମ କୃଷକ ନାମରେ କିନ୍ତୁ ଫାଇଦା ହେବ କୋଟିପତି ବ୍ୟବସାୟୀ ବନ୍ଧୁଙ୍କର । ଏହି ଆଇନ ଦ୍ୱାରା କେବେ ବି କୃଷକଙ୍କର ଆର୍ଥିକ ବିକାଶ ହୋଇପାରିବ ନାହିଁ । ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ କୃଷକଙ୍କ ସହ ଆଲୋଚନା ନ କରି କିପରି କୃଷକ ଆଇନ ପ୍ରଣୀତ ହୋଇପାରିବ ।ସରକାରଙ୍କୁ କୃଷକମାନଙ୍କ କଥା ଶୁଣିବାକୁ ପଡିବ ।
नाम किसान कानून
लेकिन सारा फायदा अरबपति मित्रों काकिसान कानून बिना किसानों से बात किए कैसे बन सकते हैं? उनमें किसानों के हितों की अनदेखी कैसे की जा सकती है?
सरकार को किसानों की बात सुननी होगी। आइए मिलकर किसानों के समर्थन में आवाज उठाएं।#SpeakUpForFarmers pic.twitter.com/av8i7jhUpt
— Priyanka Gandhi Vadra (@priyankagandhi) November 30, 2020