ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଘୁଞ୍ଚଲା ଓସିଏସ୍ ପରୀକ୍ଷା ର ତାରିଖ। ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଟ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖ୍ ଓଡ଼ିଶା ଲୋକସେବା ଆୟୋଗ ( ଓପିଏସି ) ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓସିଏସ୍) କୁ ଘୁଞ୍ଚାଇ ଦିଆଯାଇଛି। ଉକ୍ତଦିନ ଓସିଏସ୍ – ୨୦୧୯ର ଭାଇଭା – ଭଏସ୍ ଟେଷ୍ଟ ବା ମୌଖିକ ପରୀକ୍ଷା ଏବଂ ଅରିଜିନାଲ ଡକ୍ୟୁମେଣ୍ଟ ଯାଞ୍ଚ ହେବାର ଥିଲା । ଭାରତ ବନ୍ଦ କାରଣରୁ ଏହାକୁ ଘୁଞ୍ଚାଯାଇଛି। ଏହାକୁ ଏବେ ଅକ୍ଟୋବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଆସନ୍ତା ୫ ତାରିଖ ଦିନ ଏହି ପରୀକ୍ଷା କରାଯିବ।