ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଡ଼ିଶା ଯୁଗ୍ଧ ପ୍ରବେଶିକା ପରୀକ୍ଷା ( ଓଜେଇଇ ) ଫଳ ଆସନ୍ତା ୨୭ କିମ୍ବା ୨୮ ତାରିଖରେ ପ୍ରକାଶ ପାଇପାରେ । ସେପ୍ଟେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ ସରିଲାଣି,କିନ୍ତୁ ଓଜେଇଇ ପାଖକୁ ପରୀକ୍ଷାର୍ଥୀଙ୍କ ଅଙ୍କ ( ମାର୍କ ) ତାଲିକା ଆସିନାହିଁ । ଓଜେଇଇ କର୍ତ୍ତୁପକ୍ଷ ୨୫ରେ ଅଙ୍କ ତାଲିକା ପାଇବାର ସମ୍ଭାବନା ଥିବାରୁ ଏହାର ଦୁଇରୁ ତିନିଦିନ ମଧ୍ୟରେ ଫଳ ପ୍ରକାଶ କରିବାର ସମ୍ଭାବନା ରହିଛି । କରୋନା କଟକଣାକୁ ପାଳନ କରି ପରୀକ୍ଷା ଦେଇଥିଲେ ବିଦ୍ୟାର୍ଥୀ ଚଳିତ ବର୍ଷ ବି.ଟେକ ସହିତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରବେଶିକା ପାଇଁ ୬୫ , ୬୦୦ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ଏହାର ପ୍ରାୟ ୭୫ ପ୍ରତିଶତ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି । ଅବଶିଷ୍ଟ ୨୫ ପ୍ରତିଶତ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ ପଡ଼ୋଶୀ ରାଜ୍ୟ ବିହାର , ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ କେନ୍ଦ୍ର ହୋଇଥିଲା । ଏଥିପାଇଁ ୩୩ଟି ସହରରେ ମୋଟ ୬୦ କେନ୍ଦ୍ର କରାଯାଇଥିଲା।