ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ସାରା ଦେଶରେ ମୌସୁମୀ ପ୍ରାୟତ ଏକ ଭୟଙ୍କର ପ୍ରଭାବ ପକାଇଛି। ଚଳିତ ବର୍ଷ ବର୍ଷା ପାଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା କେବଳ ମଣିଷ ଉପରେ ନୁହେଁ ବରଂ ରାସ୍ତାରେ ରହୁଥିବା ଅସଂଖ୍ୟ ପ୍ରାଣୀ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ । ଏବଂ ଏପରି କଠିନ ସମୟରେ, ଆମ ତରଫରୁ ଟିକିଏ ଚିନ୍ତା ପ୍ରକଟ କରିବା ଦ୍ବାରା ଏହା ପଶୁମାନଙ୍କୁ ବହୁତ ସାହାଯ୍ୟ କରିଥାଏ। ତେବେ ଆମର ଗୋଟିଏ ଛୋଟ ଉପକାର କାହା ପାଇଁ ବହୁତ ଉପକାର ଆଣିପାରେ ।
ଏହିପରି ଏକ ସାଧାରଣ ଏବଂ ଖୁବ ମାନବିକପୂର୍ଣ୍ଣ ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ବହୁଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି। ମୁମ୍ବାଇର ତାଜମହଲ ପ୍ୟାଲେସର ଜଣେ କର୍ମଚାରୀ ବର୍ଷା ସମୟରେ ଏକ କୁକୁର ସହିତ ଏକ ଛତା ବାଣ୍ଟିଥିବା ବେଳେ ଏହାର ଏକ ଉଦାହରଣ କ୍ୟାମେରାରେ ଆବଦ୍ଧ କରାଯାଇଛି। ଏହି ଚିତ୍ର ଖୁବ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କଲା ଏବଂ ଟାଟା ଗ୍ରୁପ୍ ର ଚେୟାରମ୍ୟାନ୍ ରତନ ଟାଟାଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କଲା । ଏହି ହୋଟେଲ ଟାଟା ଗ୍ରୁପ୍ ର ଏକ ଅଂଶ ମଧ୍ୟ ଅଟେ।
ଏହି ପ୍ରତିଛବିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଟାଟା କହିଛନ୍ତି, ତାଜ୍ ର କର୍ମଚାରୀ ଜଣକ ନିଜ ଛତା ବାଣ୍ଟିବା ପାଇଁ ଯଥେଷ୍ଟ ଦୟାଳୁ ଥିଲେ ଯେତେବେଳେ ଏହା ବହୁ ମାତ୍ରାରେ ବର୍ଷାଢ଼ାଳୁଥିଲା । ଏହି ପ୍ରତିଛବିଟି ଦର୍ଶାଇ ଦେଉଛି ଏହି ଲୋକ ଜଣଙ୍କ କେତେ ଦୟାଳୁ। ମୁମ୍ବାଇର ବ୍ୟସ୍ତବହୁଳ ଭିଡତା ଭିତରେ ଏହି ମୁହୂର୍ତ୍ତ ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ ।
ରତନ ଟାଟାଙ୍କର ଏହି ପୋଷ୍ଟଟି ତାଙ୍କ ଅନୁଗାମୀମାନଙ୍କ ବହୁମାତ୍ରାରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ବିଭିନ୍ନ ଲୋକମାନେ ଏହି ପୋଷ୍ଟକୁ ଲାଇକ କରିବା ସହ ସେହି ଫଟୋରେ ଥିବା ଲୋକଙ୍କର ଦୟାଳୁ କାର୍ଯ୍ୟ ପାଇଁ ବହୁତ ପ୍ରଶଂସା କରିଥିଲେ।