ସନଷ୍ଟାର ଟିଭି ବ୍ୟୁରୋ
ପିପିଲି :ଆଗକୁ ପିପିଲି ଉପନିର୍ବାଚନ। ଏଥିପାଇଁ ପ୍ରସ୍ତୁତ ଅଛନ୍ତି ୩ଦଳ। ଖୁବ ଜୋର ସୋରରେ ପ୍ରଚାର ଚାଲିଥିବା ବେଳ ଦଳ ଭିନ୍ନ ଭିନ୍ନ ରଣନୀତି ଆପଣେଇଛି।କେଉଁଠି ବିଜେପି ତାର ମାରାଥନ ପ୍ରଚାର ଆରମ୍ଭ କରିଛି ତ କେଉଁଠି ଘର ଘର ବୁଲି ଭୋଟ ମାଗୁଛି ବିଜେଡି। ସେପଟେ କଂଗ୍ରେସ ମଧ୍ୟ ପ୍ରଚାରକୁ ଯୋରଦାର କରିଛି । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର କଂଗ୍ରେସ ସମର୍ଥକଙ୍କ ସହ ପିପିଲି କଣ୍ଟି ପଂଚାୟତ ର ବିଭିନ୍ନ ୱାର୍ଡ ବୁଲି ଲୋକାମନଙ୍କ ଠାରୁ ଭୋଟ ଭିକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଓ ରାଜ୍ୟ ସରକାରଙ୍କ ମନମୁଖି ଶାସନ ଓ ପିପିଲି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ପ୍ରକଳ୍ପ ଘୋଷଣା ଲୋକମାନଙ୍କ ପାଖରେ ପହଂଚାଇ ବିଜେଡି ଓ ବିଜେପି ଶାସନକୁ ପ୍ରତ୍ୟାକ୍ଷାନ କରିବା ସହ କଂଗ୍ରେସ କୁ ସମର୍ଥନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ କଂଗ୍ରେସ ଆସିଲେ ପିପିଲି ର ବିକାଶ ନିଶ୍ଚିତ ବୋଲି କରିବା ପାଇଁ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ହରିଚନ୍ଦନ କହିଛନ୍ତି । ତେବେ ଆସନ୍ତା ୩୦ ତାରିଖରେ ଭୋଟ। ୩ଦଳ ଦିନ ରାତି ଏକ କରି ଲୋକ ମାନଙ୍କୁ ତାଙ୍କ ପକ୍ଷକୁ ଆଣିବା ସହ ଭୋଟ ହାତେଇବା ପାଇଁ ପ୍ରୟାସ ଜାରିରଖିଛି। ଏହି ନିର୍ବାଚନ ଜନମତ କାହା ସପକ୍ଷରେ ଯିବ, କିଏପିନ୍ଧିବ ପିପିଲି ମୁକୁଟ ତାହା ଦେଖିବାକୁ ବାକି ରହିଲା ।