ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଦିନକୁ ଦିନ ଅଭିନେତା ସୋନୁ ସୁଦଙ୍କ ସମସ୍ୟା ବଢ଼ିବାର ଚାଲିଥିବାର ଦେଖା ଦେଇଛି। ବିଗତ ଦିନଗୁଡ଼ିକରେ ସୋନୁଙ୍କ ଘରେ ଆୟକର ବିଭାଗର ସର୍ଭେ ଅପରେସନ ଚାଲିଥିଲା । ସୋନୁଙ୍କ ବିଷୟରେ ଆଇଟି ଅଧିକାରୀମାନେ ଆଶ୍ଚର୍ଯ୍ୟ ହେବା ପରି ତଥ୍ୟ ଦେଇଛନ୍ତି । ସେମାନେ ୨୦ ଲକ୍ଷ ଟଙ୍କାର ଟ୍ୟାକ୍ସ ଚୋରି , ୨.୧ କୋଟି ଅବୈଧ ବିଦେଶୀ ଦାନ , ୬୫ କୋଟି ଟଙ୍କାର ଠକେଇ , ଜୟପୁର ସ୍ଥିତ ଏକ ଇମ୍ଫା ଫାର୍ମ ସହିତ ୧୭୫ କୋଟି ଟଙ୍କାର ସର୍କୁଲାର୍ ନେଣଦେଣ ହୋଇଥିବା ବିଷୟ ଦାବି କରିଛନ୍ତି । ଗତ ଶନିବାର ୨୦ ଲକ୍ଷ ଟଙ୍କାର ଟ୍ୟାକ୍ସ ଚୋରି କରିଥିବାର ଆରୋପ ସୋନୁଙ୍କ ଉପରେ ଲଗାଯାଇଛି । ତାଙ୍କର ଚାରିଟି ଫାଉଣ୍ଡେସନ , ସୋନୁ ଚଲାଉଥିବା ଗୋଟିଏ ଏନଜିଓ , ଅବୈଧ ବିଦେଶୀ ଚାନ୍ଦା ଆଦି ତାଙ୍କ ପାଖରୁ ମିଳିଛି । ଆଇଟି ବିଭାଗ ମୁମ୍ବାଇ , ଲକ୍ଷ୍ନୌ, କାନପୁର , ଜୟପୁର , ଦିଲ୍ଲୀ ଓ ଗୁରୁଗ୍ରାମ ସମେତ ୨୮ଟି ସ୍ଥାନରେ ଚଢ଼ଉ କରିଥିଲେ । ଅଧିକାରୀମାନଙ୍କ ଅନୁସାରେ ସୋନୁ ସୁଦ୍ ଅନେକ ବେନାମୀ ସଂସ୍ଥାଗୁଡ଼ିକରୁ ଅସୁରକ୍ଷିତ ଲୋନ୍ ଭାବରେ ବେହିସାବ ଟଙ୍କା ଜମା କରିଛନ୍ତି ।
ଏହା ବ୍ୟତୀତ ୨୦୨୦ରେ ସେ ଏକ ଚାରିଟି ଫାଉଣ୍ଡେସନ ସ୍ଥାପନା କରିଥିଲେ । ଏହି ଏନ୍ଜିଓକୁ ୧ ଏପ୍ରିଲ ୨୦୨୧ ସୁଦ୍ଧା ଏ ପର୍ଯ୍ୟନ୍ତ ୧୮.୯୪ କୋଟି ଟଙ୍କା ଅର୍ଥ ଡୋନେସନ ମିଳିଥିବା କଥା ସେମାନେ କହିଛନ୍ତି । ଏହି ଡୋନେସନରୁ ଏନ୍ଜିଓ ୧.୯ କୋଟି ଅର୍ଥ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଖର୍ଚ୍ଚ କରିଥିଲା । ଏହା ପରେ ବଳକା ୧୭ କୋଟି ଏ ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ଅଛି । ଚାରିଟି ଫାଉଣ୍ଡେସନ ଦ୍ୱାରା କ୍ଲାଉଡ୍ ଫଣ୍ଡିଙ୍ଗ ପ୍ଲାଟଫର୍ମ ଉପରେ ବିଦେଶୀ ଡୋନର୍ସଙ୍କ ପାଖରୁ ୨.୧ କୋଟି ଟଙ୍କା ମଧ୍ୟ ସଂଗ୍ରହ କରାଯାଇଛି । ଏହା ଏସିଆରଏ ନିୟମର ଉଲ୍ଲଙ୍ଘନ ବୋଲି କୁହାଯାଉଛି । ଲକ୍ଷ୍ନୌ ଥିବା ଏକ ଇମ୍ଫାଷ୍ଟ୍ରକ୍ଚର ଗ୍ରୁପ ସହିତ ମଧ୍ୟ ସୋନୁ ଜଡ଼ିତ ଥିବାର ଆରୋପ ଲାଗିଛି ।