ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା , ଲାଗି ରହିଥିବା ବେଳେ ଓଡ଼ିଶାର ବହୁତ କ୍ଷୟକ୍ଷତି କରୁଛି। ଏବେ ବି ବୈତରଣୀରେ ଜଳସ୍ତର ସ୍ଥିର ଥିବାବେଳେ ଜଳକା ବିପଦ ସଙ୍କେତ ଉପରେ ଗତି କରୁଛି । ଅନେକ ଅଞ୍ଚଳର ଚାଷ ଜମି ପାଣି ଘେରରେ ରହିଛି। ଚଳିତ ମାସ ଶେଷକୁ ପୁଣି ବର୍ଷା ବିତ୍ପାତ ଆସିପାରେ ବୋଲି ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ କୁହାଯାଇଛି ଯେ ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ତ୍ତିବଳୟ ସୃଷ୍ଟି ହୋଇପାରେ । ଯାହାଫଳରେ ୨୬ରୁ ଓଡ଼ିଶାର ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ନିକଟରେ ହୋଇଥିବା ଲଘୁଚାପ ବର୍ଷାରେ ଅଧା ରାଜ୍ୟ ବେହାଲ ହୋଇପଡ଼ିଥିବା ବେଳେ ଆଉ ଏକ ଘୂର୍ଣ୍ଣିବଳୟ ବନ୍ୟା ଲୋକଙ୍କୁ ଚିନ୍ତାରେ ପକାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ , ୨୫ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ । ହେଲେ ଓଡ଼ିଶା ଉପକୂଳର କେଉଁ ଭାଗ ଛୁଇଁବ ସେନେଇ କିଛି ବିଶେଷ ପୂର୍ବାନୁମାନ କରାଯାଇନାହିଁ । ଘୂର୍ଣ୍ଣିବଳୟଟି ଗତିଶୀଳ ହେବା ପରେ ଏନେଇ ସ୍ପଷ୍ଟ କିଛି କହିହେବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି।