ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ନିଜ ପ୍ରେମ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚାରେ ଧାବିକା ଦୂତୀ ଚାନ୍ଦ। ନିଜର ପର୍ସନାଲ ଲାଇଫକୁ ନେଇ ଏବେ ମୁହଁ ଖୋଲିଛନ୍ତି ଦୂତୀ। ଏକ ସାକ୍ଷାତରେ ଦୂତୀ ପ୍ରକାଣ କରିଛନ୍ତି ଯେ ୨୦୨୪ ପରେ ସେ ବିବାହ କରିବା ପାଇଁ ମନସ୍ତ କରୁଛନ୍ତି। ଦୂତୀଙ୍କର କହିବା ଅନୁସାରେ ଦୂତୀଙ୍କ ସମ୍ପର୍କ ବିଷୟରେ ସାରା ଦେଶ ଜାଣିଛନ୍ତି। ପ୍ରାୟ ୩ରୁ ୪ ବର୍ଷ ହେବ ସେ ପ୍ରେମ ସମ୍ପର୍କରେ ରହିଛନ୍ତି। ସେହିପରି ୨୦୨୪ ହେଉଛି ଦୂତୀଙ୍କର ଶେଷ ଅଲମ୍ପିକ ବର୍ଷ ।ଏହାପରେ ସେ ଆଉ ଅଲମ୍ପିକରେ ଭାଗ ନେବେ ନାହିଁ ବୋଲି ସୂଚନା ଦେଇଛନ୍ତି।
ଏହାସହ ତାଙ୍କର ପ୍ରେମ ସମ୍ପର୍କକୁ ଦୂତୀଙ୍କର ଘର ଲୋକ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି। ସବୁ କିଛି ବର୍ତ୍ତମାନ ସୁରୁଖୁରରେ ଚାଲିଛି। ଏହା ସହ ବହୁତ ଭଲ ଏବଂ ବିନା ଅସୁବିଧାରେ ତାଙ୍କର ବିବାହ ହେବ ବୋଲି ଦୂତୀ ପ୍ରକାଶ କରିଛନ୍ତି।