ସନଷ୍ଟାର ଟିଭି ବ୍ୟୁରୋ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି (ବିଜେପି) ଅକ୍ଟୋବରରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି।ଟିଏମସି ତରଫରୁ ସୁସ୍ମିତା ଦେବଙ୍କ ନାମ ଘୋଷଣା କରାଯାଇଛି। ଯିଏ, ଏବେ ହିଁ କିଛି ଦିନ ହେବ କଂଗ୍ରେସ ଛାଡି ଜଟିଏମସିରେ ଯୋଗଦେଇଛନ୍ତି। ପଶ୍ଚିମ ମିଡନାପୁର ଜିଲ୍ଲାର ସାବଙ୍ଗରୁ ବିଧାନସଭା ନିର୍ବାଚନରେ ଟିଏମସି ନେତା ମାନସ ଭୁନିଆଙ୍କର ଜିତିବା ପରେ ରାଜ୍ୟସଭା ଆସନ ଖାଲି ପଡିଥିଲା। ଏଥିପାଇଁ ଆବଶ୍ୟକ ହେଉଥିବା ବାଇପୋଲ ପାଇଁ ଟିଏମସି ସୁସ୍ମିତା ଦେବଙ୍କ ନାମ ରଖିଛି।
ଟିଏମସି ରାଜ୍ୟରୁ ୧୬ ଟି ରାଜ୍ୟସଭା ଆସନ ମଧ୍ୟରୁ ୧୧ଟି ନିୟନ୍ତ୍ରଣ କରୁଥିବାବେଳେ କଂଗ୍ରେସରେ ଦୁଇଟି ଏବଂ ସିପିଆଇ (ଏମ) ଗୋଟିଏ ରହିଛି। ଗତ ସପ୍ତାହରେ ଟିଏମସି ନେତା ଅର୍ପିତା ଘୋଷ ଦଳର ବରିଷ୍ଠ ନେତାଙ୍କ ନିର୍ଦ୍ଦେଶରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏହି ଆସନ ବର୍ତ୍ତମାନ ଖାଲି ଅଛି। ରାଜ୍ୟରେ ବିଜେପିର ୟୁନିଟ୍ ଅଗଷ୍ଟ ୯ ରାଜ୍ୟସଭା ଉପ-ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିନଥିଲା, ଯାହା ଟିଏମସି ପ୍ରାର୍ଥୀ ଜବାହାର ସିର୍କରଙ୍କୁ ବିନା ନିର୍ବାଚନରେ ନିର୍ବାଚିତ ହେବାକୁ ପଡିଥିଲା।
ବର୍ତ୍ତମାନ ସେପ୍ଟେମ୍ବର ୩୦ ରେ ଧାର୍ଯ୍ୟ ହୋଇଥିବା ଭବାନୀପୁର ବିଧାନସଭା ଆସନର ଉପ-ନିର୍ବାଚନ ଉପରେ ବିଜେପି ଧ୍ୟାନ ଦେଉଛି। ମମତାଙ୍କ ବିରୋଧରେ ବିଜେପି ଯୁବ ନେତା ତଥା ଓକିଲ ପ୍ରିୟଙ୍କା ତିବ୍ରୁୱାଲ ପ୍ରତିଦ୍ବନ୍ଦିତ କରିବେ।