ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ନୂଆ ଅନ୍ଦାଜ ସହ ନୂଆ ଟ୍ବିଇଷ୍ଟ ସହ ଆସୁଛି ବିଗବସ୍-୧୫। ଏହାସହ ଶୋର ପ୍ରିମିୟର ତାରିଖ ମଧ୍ୟ ଘୋଷଣା ହୋଇ ଯାଇଛି। ଏଥର ଶୋରେ ପ୍ରତିଯୋଗୀ ମାନଙ୍କୁ ବିନା ସୁବିଧାରେ ରହିବାକୁ ହେବ ବୋଲି ଶୋ’ ର ପ୍ରିମିୟରରେ ଦେଖିବାକୁ ମିଳିଛି। ଏହାସହ ପ୍ରତିଯୋଗୀ ମାନଙ୍କ ପାଇଁ ଏହା ବହୁତ ଚ୍ୟାଲେଞ୍ଜିଙ୍କ ହେବ ବୋଲି ଜଣାଯାଉଛି।
ଅକ୍ଟୋବା ୨ ତାରିଖରେ ଏହାର ପ୍ରିମିୟର ହେବ। ସୂଚନାଅନୁସାରେ ସୋମବାର ରୁ ଶୁକ୍ରବାର ରାତି ୧୦ରେ ଏବଂ ଶନିବାର, ରବିବାର ରାତି ୯ଟାରେ ଏହା ଅନ ଏୟାର ହେବ। ତେବେ ଶୋ’ର ହୋଷ୍ଟ ଭାବେ କିଙ୍ଗ ଖାନ ସଲମାନ ଖାନଙ୍କୁ ଦେଖିବାକୁ ମିଳିବ। ଏହାକୁ ଦେଖିବାକୁ ଦର୍ଶକ ମାନେ ଖୁବ ଉତ୍ସାହିତ ଅଛନ୍ତି ଏହାସହ ସଲମାନଙ୍କ ହୋଷ୍ଟିଙ୍ଗ ପାଇଁ ଦର୍ଶକ ବହୁତ ଅପେକ୍ଷାରେ ରହିଛନ୍ତି। ଏହାସହ ଶୋ’ଟିକୁ ଦେଖିବା ପାଇଁ ଦର୍ଶକ ମାନଙ୍କୁ ଏବେ ଠାରୁ ତାରିଖ ମନେ ରଖିବା ପାଇଁ ସଲମାନ କହିଛନ୍ତି।