ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଆଜି ହେଉଛି ପ୍ରଖ୍ୟାତ ଓଡିଆ ଅଭିନେତା , ସାମାଜିକ କାର୍ଯ୍ୟକର୍ତ୍ତା ତଥା ମୋ - କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାଶ ନାୟକଙ୍କ ଜନ୍ମଦିନ। ନିଜର ଜନ୍ମଦିନରେ ସେ ଭୁବନେଶ୍ୱର ଶ୍ରୀକୃଷ୍ଣ ଆନନ୍ଦ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଛନ୍ତି। ଆକାଶ ଦାଶ ନାୟକ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ପାଇଁ ଏକ ମାଗଣାଚକ୍ଷୁ ଏବଂ ସ୍ବାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରିଛନ୍ତି । ଦାଶ ନାୟକଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ " ଉଡ୍ର " ପକ୍ଷରୁ ଭୂମିକା ଚକ୍ଷୁ ଚିକିତ୍ସାଳୟ ଏବଂ ଶ୍ରୀ ହସ୍ପିଟାଲ ସହଭାଗୀତାରେ ବୃଦ୍ଧାଶ୍ରମରେ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭିନ୍ନ ରୋଗରେ ଆକ୍ରାନ୍ତ ବୃଦ୍ଧାଶ୍ରମ ଆବାସୀ ଏବଂ ବରିଷ୍ଠ ନାଗରିକ ତଥା ପାଖି ଅଞ୍ଚଳର ଲୋକମାନେ ଏଠାକୁ ଆସି ଚିକିତ୍ସିତ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ରୋଗୀମାନଙ୍କୁ ମାରଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । ଦାଶନାୟକ ମଧ୍ୟ ଅନ୍ତେବାସୀଙ୍କ ଗହଣରେ ସମୟ ଅତିବାହିତ କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ମାଗଣା ଡାକ୍ତରୀ ଚିକିତ୍ସା ପାଇବା ସହ ଅଭିନେତାଙ୍କ ସହିତ ସମୟ ଅତିବାହିତ କରି ଅନ୍ତେବାସୀମାନେ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ବୃଦ୍ଧାଶ୍ରମର ଅନ୍ତେବାସୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କଳାର ମଧ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଦାଶନାୟକଙ୍କ ପତ୍ନୀ ଶ୍ରୀମତୀ ଶୁଭ୍ରଜ୍ୟୋତି ହାତି ମଧ୍ୟ ଅଂଶଗ୍ରହଣ କରିଥିଲେ । ଦାଶନାୟକ କିଛି ବର୍ଷ ହେଲା ବୃଦ୍ଧାଶ୍ରମ ସହିତ ଜଡିତ ଅଛନ୍ତି । ଏବଂ ପୁର୍ବରୁ ଉଡ୍ର ମାଧ୍ୟମରେ ଅନ୍ତେବାସୀଙ୍କ ପାଇଁ ଅନେକ ଉପକାରୀ କାର୍ଯ୍ୟ ମଧ୍ୟ କରିଛନ୍ତି । ଏହାସହ ଉଡ୍ର ପକ୍ଷରୁ ‘ଥିଲେ ଦିଅ ନଥିଲେ ନିଅ’ ନାମକ ଏକ ପୋଷାକ ଦାନ ଅଭିଯାନ , ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ ଏବଂ ପ୍ରତିବର୍ଷ ସାରାରାଜ୍ୟରେ ଚାରା ରୋପଣ ଅଭିଯାନର ମଧ୍ୟ ଆୟୋଜନ କରାଯାଇଥାଏ ।