ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଦେବଶିଳ୍ପୀ ବିଶ୍ବକର୍ମା ହିନ୍ଦୁ ପୁରାଣ ଅନୁସାରେ ,ଦେବଶିଳ୍ପୀ ବିଶ୍ଵକର୍ମାଙ୍କର ବହୁତ ମାହାତ୍ମ ରହିଛି। ଏହି ପୂଜା ମହା ସମାରୋହରେ ପାଳିତ ହୋଇଥାଏ । ବେଦ ଅନୁସାରେ , ପୃଥିବୀର ନିର୍ମାଣକର୍ତ୍ତା ହେଉଛନ୍ତି ବିଶ୍ବକର୍ମା। କେତେକ ପୁରାଣର ବର୍ଣ୍ଣନା ଅନୁସାରେ , ସେ ବ୍ରହ୍ମାଙ୍କର ପୁତ୍ର । କିନ୍ତୁ ବିଷ୍ଣୁ ପୁରାଣ’ର ବର୍ଣ୍ଣନା ଅନୁସାରେ , ଅଷ୍ଟମବସୁ ପ୍ରଭାସ ଓ ବୃହସ୍ପତିଙ୍କ ଭଗ୍ନୀ ସ୍ଵୟଂସିଦ୍ଧାଙ୍କର ସେ ପୁତ୍ର ବିଶ୍ୱକର୍ମାଙ୍କୁ ପୃଥିବୀର ସମସ୍ତ ଶିଳ୍ପକର୍ମର ଉଭାବକ ଓ ପ୍ରକାଶକ ରୂପେ ଗ୍ରହଣ କରାଯାଏ । ସମସ୍ତ କଳାର ଜ୍ଞାତା ଭାବରେ ସେ ସ୍ଵର୍ଗଲୋକ , ମର୍ତ୍ତ୍ୟଲୋକ ଓ ପାତାଳଲୋକର ନିର୍ମାତା । ସେହିପରି ବ୍ରହ୍ମବୈବର୍ତ୍ତ ପୁରାଣ’ର ବର୍ଣ୍ଣନା ଅନୁସାରେ , ବିଶ୍ଵକର୍ମା ଓ ଅପସରା ଘୃତାଚୀ ପରଘରକୁ ଅଭିଶାପ ଦେଇ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିଥିଲେ । ବିଭିନ୍ନ ପୁରାଣ ବିଭିନ୍ନ କଥା ବର୍ଣ୍ଣନା କରାଯାଇଛି। ସମସ୍ତ ଶିଳ୍ପଶାସର ଆଦିସ୍ରଷ୍ଟା ହେତୁ , ଭାରତର ପ୍ରାୟ ସମସ୍ତ ଶିଳ୍ପସଂସ୍ଥାରେ କନ୍ୟା ସଂକ୍ରାନ୍ତି ଦିନ ବିଶ୍ଵକର୍ମାଙ୍କର ପୂଜା ହୋଇଥାଏ । ଆଜିର ଏହି ଶୁଭ ଦିନଟି ରେ ସନଷ୍ଟାର ଟିଭି କାର୍ଯ୍ୟାଳରେ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଆୟୋଜନ କରାଯାଇଥିଲା। ନୈବେଦ୍ୟ ଫୁଲ ଫଳ ସହ ଝୁଣା ଦୀପରେ ଏହି ପୂଜା ପାଳନ କରାଯାଇଛି। ଭଗବାନଙ୍କ କୃପା ଅର୍ଜନ କରି ଏହି ସନଷ୍ଟାର ଟିଭି ଆଗକୁ ଆହୁରି ଉନ୍ନତି କରିବ ସହ ଲୋକ ମାନଙ୍କ ପାଖରେ ସଠିକ ଖବର ପହଞ୍ଚାଇବା ରେ ଅଧିକ ଅଗ୍ରଗତି କରୁ ବୋଲି ପ୍ରଭୁ ବିଶ୍ଵକର୍ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ପୂଜାରେ ସନଷ୍ଟାର ଟିଭିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଭଗବାନଙ୍କୁ ଆରଧନା କରିଥିଲେ।