ସନଷ୍ଟାର ଟିଭି ବ୍ୟୁରୋ
ଉଦଳା: ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଫୁଲୁଛି ନଦୀ। ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ନଦୀ ପାଣି ଲୋକଙ୍କ ଘରେ ପଶିଛି। ଏହା ସହିତ ଅନେକ ପରିବାର ପାଣି ଘେରରେ ରହିଛନ୍ତି। ଏଭଳି ସ୍ଥଳେ ଆଜି ଘଟିଯାଇଛି ଏକ ଅଘଟଣ। ଖୁଣ୍ଟା ଥାନା ହରିପୁର ଗ୍ରାମର ସାବିତ୍ରୀ ବିଶ୍ୱାଳ ନିଜ ଘର ବାଡି଼କୁ କାମ କରିବା ନିମନ୍ତେ ଯାଇଥିଲେ। ଘର ବାଡ଼ିରେ ନଦୀର ବନ୍ୟା ଜଳ ଯାଉଥିବା ବେଳେ ସେଠାରେ ତାଙ୍କର ଗୋଡ଼ ଖସି ଯାଇଥିଲା। ଯାହା ଫଳରେ ନଦୀର ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ପରିବାର ଲୋକେ ଏ ନେଇ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି କରୁଛନ୍ତି। କିନ୍ତୁ ଏବେ ସୁଦ୍ଧା ତାଙ୍କର ପତ୍ତା ମିଳିପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ତାର ପ୍ରୟାସ ଜାରି ରଖିଛି।( ରିର୍ପୋଟ:ଆଲୋକ କୁମାର ବେହେରା)