ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସ୍ବିଗି ବୟ କେସରେ ଆସିଲା ନୂଆ ମୋଡ। ଧଉଳିଥାନାରେ ଆସି ପହଞ୍ଚିଲେ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍। କେବଳ ସେ ଏକା ନୁହଁନ୍ତି ତାଙ୍କ ସହ ତାଙ୍କ ପ୍ରେମିକା ମଧ୍ୟ ଆସି ପହଞ୍ଚିଛି। ଆଜି ଠାରୁ ତାଙ୍କୁ ପଚରାଉଚରା କରାଯିବ।
ସୂଚନାଯୋଗ୍ୟ, ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ ନିଜେ ରଚିଥିବା ଅପହରଣର ନାଟକର ପର୍ଦ୍ଦାଫାସ୍ କରିବା ପରେ ଧଉଳି ଥାନା ପୁଲିସ ମଧ୍ୟପ୍ରଦେଶ କଟନି ରେଳଷ୍ଟେସନରେ ଅଟକ ଥିବା ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ସାଙ୍ଗରେ ଧରି ଭୁବନେଶ୍ବର ଅଭିମୁଖେ ଗତକାଲି ବାହାରିଥିଲେ। ଗୁରୁବାର ଟ୍ରେନ୍ ଭୁବନେଶ୍ବର ପହଞ୍ଚିଛି। ଏହାପରେ ଉଭୟଙ୍କୁ ପରେ ପୁଲିସ ଧଉଳି ଥାନାରେ ପଚରାଉଚରା କରୁଛି। ତାପରେ ଚିକୁନଙ୍କୁ କୋର୍ଟରେ ହାଜର କରିବ। ଏହାସହ ତାଙ୍କୁ ଜେରା କରିବା ସହ ତାଙ୍କ ବିରୋଧରେ ଆଇପିସିର ଦଫା ୩୬୬ ରୁଜୁ ହୋଇପାରେ। ଏହାସହ ପତ୍ନୀଙ୍କୁ ବିଶ୍ବାସଘାତକତା କରିବା ଅଭିଯୋଗରେ ଦଫା ୪୦୬,ମିଥ୍ୟା ଅଭିଯୋଗ ଆଧାରରେ ଦଫା ୨୦୦, ମିଥ୍ୟା କ୍ରାଇମ ସ୍ପଟ ତିଆରି କରିବା ଓ ପ୍ରମାଣ ନଷ୍ଟ କରିବା ନେଇ ଚିକୁନଙ୍କ ବିରୋଧରେ ଦଫା ୨୦୩,୨୦୧ ଓ୨୧୧ ଭଳି ଏକାଧିକ ଦଫା ଲାଗୁ ହେବ ବୋଲି ଜଣାପଡିଛି।