ସନଷ୍ଟାର ଟିଭି ବ୍ୟୁରୋ
ଅମ୍ବାଦଳା :ପୁଣି ଲାଗିଲା ମାଓ ବ୍ୟାନର । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ମାଓବାଦୀଙ୍କ ପକ୍ଷରୁ ଏକ ବ୍ୟାନର ଲାଗିଥିବାର ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜିଲାନ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଛି । ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ ସରକାର ଘରୋଇ କମ୍ପାନୀ ହାତକୁ ଟେକିଦେବା ପାଇଁ ଯୋଜନା କରୁଛନ୍ତି । ସେହିପରି ଜଗଦଲପୁର ନିକଟରେ ନୁତନ ଭାବେ ସିଆରପିଏଫ୍ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇଛି। ଏହି ବ୍ୟାନରଟି ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ, ୨ବର୍ଷ ତଳେ ଶରଧାପୁର ଠାରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମ ବେଳେ ମାଓବାଦୀ ମାନେ ଜେସିବି, ଟ୍ରାକ୍ଟର, ହିଟାଚି ପୋଡି ଦେଇଥିଲେ । ସେହି କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ ଦିଆଯିବ ନାହିଁ ବୋଲି ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରିଥିଲେ । ଆଉ ଏବେ ପୁଣି ଥରେ ଏହାକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।