ସନଷ୍ଟାର ଟିଭି ବ୍ୟୁରୋ
ଗାନ୍ଧିନଗର : ବିଜୟ ରୂପାନି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ଗାନ୍ଧୀନଗର ଗାଦି ସମ୍ଭାଳିଛନ୍ତି ଭୂପେନ୍ଦ୍ର ପଟେଲ ଭୁପେନ୍ଦ୍ର ଗୁଜରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ଦେସ ଶପଥ ଗ୍ରହଣ କରିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଅଛନ୍ତି । ସୋମବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୁପେନ୍ଦ୍ର ପଟେଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲଙ୍କ ସମେତ ଭାଜପାର ବହୁ ନେତା ସାମିଲ ହୋଇଥିଲେ ।ତେବେ ରାଜ୍ୟରେ ବିଜେପି ସଂଗଠନକୁ ଏକା ସଙ୍ଗରେ ନେଇ ବଢ଼ିବା ସହ ରାଜ୍ୟରେ ଯାହା ବି ଉନ୍ନତିମୂଳକ କାର୍ଯ୍ୟ ଅର୍ଦ୍ଧସମ୍ପନ୍ନ ହୋଇ ରହିଛି ତାକୁ ପୂରା କରିବାକୁ ଶତ ପ୍ରତିଶତ ଚେଷ୍ଟା କରିବେ ବୋଲି ଭୂପେନ୍ଦ୍ର କହିଛନ୍ତି।