ସନଷ୍ଟାର ଟିଭି ବ୍ୟୁରୋ
କଟକ: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ବର୍ଷା ହେବା ସହ କଟକର ହାଲ ମଧ୍ୟ ଖରାପ ଅଛି। ଏହା ସତ୍ତ୍ବେ ସହରର ବିଭିନ୍ନ ଅଞ୍ଚଳରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାର୍ବଣରେ ମୂର୍ତ୍ତିର ଉଚ୍ଚତା କୁ ନେଇ ବିଜେପି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ।
ସକାଳ ପ୍ରହରୁ ବାଦାମବାଡ଼ି ଠାରେ ବସ୍ ଅଟକାଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ କହିଛନ୍ତି ଯେ ଜନତାଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି। ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଜରୁରୀ ସେବା ଅବ୍ୟାହତ ରହିଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ମା’ଙ୍କ ଦର୍ଶନ ପାଇଁ ସମସ୍ତଙ୍କୁ ଅନୁମତି ପାଇଁ ଦାବି କରାଯାଉଥିବା ଶ୍ରୀ ବଡ଼ୁ କହିଛନ୍ତି।