ସନଷ୍ଟାର ଟିଭି ବ୍ୟୁରୋ
ଅହମ୍ମଦାବାଦ: ବିଜୟ ରୂପାନି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ଭିତରେ ଭୂପେନ୍ଦ୍ର ପଟେଲଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି । କେନ୍ଦ୍ର ମନ୍ତ୍ରୀ ତଥା ଦଳୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ରବିବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ନେତା ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭୂପେନ୍ଦ୍ର ଆଜି ନେବେ ଶପଥ। ଭୂପେନ୍ଦ୍ର ୨୦୧୭ରେ ପ୍ରଥମ ଥର ବିଧାୟକ ହୋଇଥିଲେ। ଅନେକ ଟାଣୁଆ ନେତା ଥିବା ବେଳେ ଭୂପେନ୍ଦ୍ରଙ୍କ ନାମ ଘୋଷଣା ସମସ୍ତଙ୍କୁ ଚକିତ କରିଛି । ତାଙ୍କ ଉପରେ ଆସ୍ଥାପ୍ରକଟ କରି ଏତେ ବଡ଼ ଦାୟିତ୍ବ ପ୍ରଦାନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବିଜେପି ଅଧକ୍ଷ ଜେପି ନଡ଼ା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଧାୟକ ଦଳ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ତୋମାର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଙ୍କ ନାଁ ଘୋଷଣା କରିଥିଲେ । ସେ କହିଥିଲେ ଯେ , ବିଜୟ ରୂପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଭୂପେନ୍ଦ୍ରଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହା ସହ ଭୂପେନ୍ଦ୍ର ମଧ୍ୟ କହିଛନ୍ତି ଦଳ ମୋ ଉପରେ ବିଶ୍ବାସ କରି ମତେ ଏମେ ବଡ ଦାଇତ୍ବ ଦେଇଛି। ମୁଁ ଏହାକୁ କେବେ ତଳକୁ ହେବାକୁ ଦେବି ନାହିଁ। ରାଜ୍ୟରେ ଯାହା ବି ଉନ୍ନତିମୂଳକ କାର୍ଯ୍ୟ ଅର୍ଦ୍ଧସମ୍ପନ୍ନ ହୋଇକି ରହିଛି ତାକୁ ପୂରା କରିବାକୁ ଶତ ପ୍ରତିଶତ ଚେଷ୍ଟା କରିବି।