ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଇକମୋ ରେ ଭର୍ତ୍ତି ହୋଇ ଥିବା କରୋନା ରୋଗୀ ଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଓଡିଶା ର ପ୍ରଥମ ରୋଗୀ ଯିଏ କି ଓଡିଶା ରେ ଇକମୋ ଚିକିତ୍ସା ରେ ପ୍ରାଣ ହରାଇ ଛନ୍ତି। ସୂଚନା ମୁତାବକ ମୃତକ ଜଣ ଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ଅଞ୍ଚଳ ର ବାସିନ୍ଦା। ସେ ଗତ ୨୯ ତାରିଖ ରେ କରୋନା ରୋଗ ରେ ଆକ୍ରାନ୍ତ ହୋଇ ଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ ସି ବି ର ଇକମୋ ୱାର୍ଡ ରେ ଭର୍ତ୍ତି କରା ଯାଇ ଥିଲା।
ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇପଡ଼ିଥିବା ରୋଗୀ ଅତ୍ୟନ୍ତ ଗୁରୁତର ହେବା ସହ ଏହି ଭୂତାଣୁ ଫୁସଫୁସକୁ ମଧ୍ୟ ସଂକ୍ରମିତ କରିଥାଏ। ତେଣୁ ରୋଗୀଙ୍କୁ ଇକମୋ ଚିକିତ୍ସା ଦେବାର ଆବଶ୍ୟକତା ପଡ଼ିଥାଏ। ଓଡ଼ିଶାରେ କୌଣସି ପ୍ରକାର ସୁବିଧା ନଥିବା ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରୋଗୀ ବାହାରକୁ ଯାଇଥାନ୍ତି। ତେଣୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବିରେ ୯ଟି ଇକମୋ ମେସିନର ଉଦଘାଟନ କରିଥିଲେ।