ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ସେପ୍ଟେମ୍ବର ୧୩ରୁ ପର୍ଯ୍ୟାୟକ୍ରମେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଖୋଲିବ ବୋଲି ଲୋକ ସମ୍ପର୍କ ଅଧିକାରୀ ଡା. ଫୋଗୁନାଥ ଭୋଇ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତିକ୍ରମେ ଆସନ୍ତା ୧୩ରେ ପ୍ରଥମେ ରିସର୍ଚ୍ଚ ସ୍କଲାରଙ୍କୁ ଆସିବାକୁ କୁହାଯାଇ ଥିବାବେଳେ ୨୦ରେ ପିଜି ଏବଂ ୟୁଜିର ୩ୟ, ୫ମ, ୭ମ ଓ ୯ମ ସେମିଷ୍ଟାର ଛାତ୍ରଛାତ୍ରୀ କ୍ୟାମ୍ପସକୁ ଆସିବେ। ତେବେ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଆସିବା ବେଳେ ଆରଟିପିସିଆର ନେଗେଟିଭ ରିପୋର୍ଟର୍ ଆଣିବାକୁ କୁହାଯାଇଛି। ଅନ୍ୟପଟେ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀ କୋଭିଡ୍ ପ୍ରଟୋକଲ୍ ମାନିବାକୁ କୁଳପତି ପ୍ରଫେସର୍ ଶରତ କୁମାର ପାଲିତା ଅନୁରୋଧ କରିଛନ୍ତି।