ସନଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: ମୁଖ୍ୟ ସଚିବ ଶାସନ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କ୍ଷେତ୍ର ସ୍ତରର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ ଇକୋ ପର୍ଯ୍ୟଟନର ବିକାଶ ପାଇଁ ସ୍ଥାନଗୁଡିକ ଅନୁସନ୍ଧାନ କରିବା ପାଇଁ ତୁମ୍ବା- ପୁରିଆ ସାହି-ବୁରୁଖତ ଦେଇ କୁଣ୍ଟି ମାଣ୍ଡିରା ପରିଦର୍ଶନ କରିଥିଲେ । ଏହାସହ ଶ୍ରୀ ମହାପାତ୍ର ମହାନ୍ଦ୍ରାଗିରିର ପାହାଡ ଉପରେ ଥିବା ପର୍ଯ୍ୟଟନ ପ୍ରକଳ୍ପର କ୍ଷେତ୍ର ସ୍ତରର ଅଗ୍ରଗତି ଉପରେ ବିଶେଷ ଦୃଷ୍ଟି ଦେଇ ଯୁଧିଷ୍ଠିର ମନ୍ଦିର ଏବଂ କୁନ୍ତୀ ମନ୍ଦିର ତଥା ଏହାର ଆଖପାଖରେ ଥିବା ପ୍ରକଳ୍ପଗୁଡିକ ଉପରେ ଦୃଷ୍ଟିଆରୋପ କରିଥିଲେ।
ସୂତ୍ରରୁ ପ୍ରକାଶ ଯେ ଶ୍ରୀ ମହାପାତ୍ର ଆଜି ଅପରାହ୍ନରେ ଖସଡା ଜଳପ୍ରପାତରେ ଚେଲିଗଡା ଜଳସେଚନ ପ୍ରକଳ୍ପ ଏବଂ ପର୍ଯ୍ୟଟନ ପ୍ରକଳ୍ପ ସମୀକ୍ଷା କରିବେ।