ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ବିବାହକୁ ମାତ୍ର ବର୍ଷେ ପୂରିଛି। ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ବାଛି ନେଲେ ସ୍ବାମୀ ଓ ସ୍ତ୍ରୀ। ମୃତକ ଦ୍ବୟ ହେଲେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଳାଡିହା ଗ୍ରାମ ପଞ୍ଚାୟତ ବାଲିବିଲ୍ ଗ୍ରାମ ର ଜଗନ୍ନାଥ ଜ୍ୟୋତି(୨୪ )ଓ ତାଙ୍କ ପତ୍ନୀ ରୁନୁ ଜ୍ୟୋତି (୨୦)। ଆଜି ପୋଲିସ ପହଞ୍ଚି ଏକ ବନ୍ଦ ଘରୁ ଉଭୟ ଙ୍କ ର ଝୁଲନ୍ତା ମୃତ ଦେହ ଜବତ କରିଛି।
ସୂଚନାମୁତାବକ ଦୁହିଁଙ୍କ ୨୦୨୦ ଅଗଷ୍ଟ ମାସରେ ବିବାହ କରିଥିଲେ। ଆତ୍ମାହତ୍ୟା ର କାରଣ ଏଯାଏ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସ୍ବାମୀ ଓ ସ୍ତ୍ରୀ ଅଧିକାଂଶ ସମୟରେ ଝଗଡ଼ା ଲାଗୁ ଥିବା କଥା ପଡୋଶୀ ମାନଙ୍କ ସୂତ୍ର ରୁ ଜଣାପଡିଛି। ତେବେ ରୁନୁ ଜ୍ୟୋତି ଗର୍ଭବତୀ ଥିଲେ। କାହିଁକି ଓ ଦୁଇ ଜଣଙ୍କ ଭିତରେ ଘଟିଲେ ସେମାନେ ଆତ୍ମହତ୍ୟା ର ବାଟ ବାଛିଲେ। ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ସନ୍ଧ୍ୟା ରେ ଘରେ କେହି ନଥିବା ବେଳେ ସ୍ବାମୀ ଜଗନ୍ନାଥ ବେକରେ ଗାମୁଛା ଓ ସ୍ତ୍ରୀ ରୁନୁ ନିଜ ଶାଢୀ ଗୁଡାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଜାମ୍ମୁକୁଣ୍ଡା ଫାଣ୍ଡି ଅଧିକାରୀ ସାରଦା ପ୍ରସନ୍ନ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦୁଇଟିକୁ ଜବତ କରିବା ସହ ଏକ ଅପମୃତ୍ୟୁର ମାମଲା ରୁଜୁ କରିଛନ୍ତି । ଏହାପରେ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ତେବେ ଦୁଇ ଜଣ ଙ୍କ ମୃତ୍ୟୁ ଘଟଣା ଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ରେ ଆଲୋଡନ ସୁଷ୍ଟି କରିଛି।